Indus Valley Times

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ନବୀନ ଓଡ଼ିଶା ସାଂସ୍କୃତିକ ପ୍ରତିଯୋଗିତା

 Breaking News

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ନବୀନ ଓଡ଼ିଶା ସାଂସ୍କୃତିକ ପ୍ରତିଯୋଗିତା

December 14
20:18 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୪/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନେ ନୂଆ ଓ ନବୀନ ଓଡ଼ିଶା ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରହ୍ଲାଦ ଖୋସ୍ଲା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସମନ୍ଵୟ ଅଧିକାରୀ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ସଂଯୋଜକ ଅଧ୍ୟାପକ ହିମାଂଶୁଚରଣ ସାହୁ, ଅରୁନ୍ଧତୀ ପ୍ରଧାନ, ଅଧ୍ୟାପକ ଶିବ ମାଝୀ, ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ସ୍ଵେଚ୍ଛାସେବୀ ମାନେ ଏକକ ଅଭିନୟ , କଣ୍ଠ ସଙ୍ଗୀତ, ସମବେତ ଓ ଏକକ ନୃତ୍ୟ ପ୍ରଦର୍ଶନ ନାଟକ ମଞ୍ଚସ୍ଥ କରିଥିଲେ। ବିଚାରକ ମଣ୍ଡଳୀ ସୂଚାରୁ ରୂପେ ମୂଲ୍ୟାୟନ କରିଥିଲେ।
ଛତିଶଗଡ କ୍ୟାଡରର ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ
କନ୍ଧମାଳ,୧୪/୧୨: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଗୁରୁବାର ଫୁଲବାଣୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଉଛନ୍ତି ଏରିଆ କମାଣ୍ଡର ରଞ୍ଜିତ ନେତାମ ଓ ଉଗା ପୋୟାମ। ଉଭୟେ ଛତିଶଗଡ କ୍ୟାଡରର ମାଓବାଦୀ ବୋଲି କୁହାଯାଇଛି।
ଏମାନେ କେକେବିଏନ ସଂଗଠନର ସଦସ୍ୟ ଥିଲେ। ସେମାନେ ୨୦୧୭ ମସିହାରୁ ସିପିଆଇ(ମାଓବାଦୀ) ସଂଗଠନରେ କାର‌୍ୟ୍ୟ କରୁଥିଲେ ଏବଂ ଛତିଶଗଡ ଓ ଓଡ଼ିଶାରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ। ସେମାନେ ଆତ୍ମସମର୍ପଣ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ଥିର କରିଛନ୍ତି।
ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ।
ଏହି ଅବସରରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନକ୍ସଲ ସମସ୍ୟା ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଡିଜି, ବିଏସଏଫ, ସିଆରପିଏଫ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଏ ଦିଗରେ ଯଥେଷ୍ଟ ସଫଳତା ମିଳିଥିବା ବିଷୟ ଫୁଲବାଣୀ ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ମହାନିର୍ଦ୍ଦେଶକ ଅପରେସନ ଦେବଦତ୍ତ ସିଂ, ବିଏସଏଫ କମାଣ୍ଡାଣ୍ଟ ରବିକାନ୍ତ, ଡିଆଇଜି ଏସଆଇଡବ୍ଲ୍ୟୁ ଉମାଶଙ୍କର ଦାଶ, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ବୌଦ୍ଧ ଏସପି ରାଜ ପ୍ରସାଦ, ବାଲିଗୁଡା ଏସଡିପିଓ ୟଶ ପ୍ରତାପ ଶ୍ରୀମଲ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031