Indus Valley Times

ଆଦିବାସୀ ବହୁଳ ଲିଙ୍ଗା ଗ୍ରାମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆସିନ ସଚେତନତା ଶିବିର କାର୍ଯ୍ୟକ୍ରମ

 Breaking News

ଆଦିବାସୀ ବହୁଳ ଲିଙ୍ଗା ଗ୍ରାମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆସିନ ସଚେତନତା ଶିବିର କାର୍ଯ୍ୟକ୍ରମ

ଆଦିବାସୀ ବହୁଳ ଲିଙ୍ଗା ଗ୍ରାମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆସିନ ସଚେତନତା ଶିବିର କାର୍ଯ୍ୟକ୍ରମ
September 17
21:27 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି ,୧୭/୯: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଲିଙ୍ଗା ଗ୍ରାମରେ ମାନ୍ୟବର ଜାତୀୟ ଆଇନସେବା ପ୍ରାଧିକରଣ ନୂଆଦିଲ୍ଲୀ , ଓ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସ୍ୱତନ୍ତ୍ର ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଯୋଗଦେଇ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସହାୟତା ଯୋଜନା କାର୍ଯ୍ୟ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।
ଅନ୍ୟପକ୍ଷରେ ଆଇନସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ହେଉଥିବା ମାଗଣା ଆଇନସେବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।
ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ସରକାରଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି , ସେମାନେ ତୁରନ୍ତ ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ଆସି ଉଚିତ ଆଇନସେବା ପାଇବା ପାଇଁ ଆବେଦନ କରନ୍ତୁ ବୋଲି ପ୍ରାଧିକରଣର ସଚିବ ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ , ଏହି କାର୍ଯ୍ୟକ୍ରମରେ ଗୁମ୍ମାବ୍ଲକ ବିଡ଼ିଓ ଶ୍ରୀ ନଟବର ଗରଡ , ଗୁମ୍ମା ତହସିଲଦାର ଶ୍ରୀ ଭାସ୍କର ଚନ୍ଦ୍ର ସାହୁ , ଗୁମ୍ମା ସରପଞ୍ଚ ଶ୍ରୀ ଯୁସଲେସ ମଣ୍ଡଳ ଓ ସ୍ଥାନୀୟ ପୋଲିସ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ପରିଶେଷରେ ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ ଏସିଡ ଆକ୍ରମଣ ଉପରେ ଆଧାରିତ ଏକ ଭିଡିଓ ଚିତ୍ର ଉପସ୍ଥିତ ଲୋକମାନଙ୍କ ସଚେତନତା ନିମନ୍ତେ ପ୍ରଦର୍ଶନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031