Indus Valley Times

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୀମା ବିବାଦ ସମାଧାନ ପାଇଁ ଦେଲେ ୪ଟି ପ୍ରସ୍ତାବ

 Breaking News

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୀମା ବିବାଦ ସମାଧାନ ପାଇଁ ଦେଲେ ୪ଟି ପ୍ରସ୍ତାବ

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୀମା ବିବାଦ ସମାଧାନ ପାଇଁ ଦେଲେ ୪ଟି ପ୍ରସ୍ତାବ
September 22
18:42 2021

ନୂଆଦିଲ୍ଲୀ,୨୨/୯: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି।
ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱି’ପାକ୍ଷିକ ଆଲୋଚନା ହେଉ। ଏଥିସହିତ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ୱା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ୪ଟି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଲେଖିଛନ୍ତି, “କୋରାପୁଟ ପଟ୍ଟାଙ୍ଗୀ ବ୍ଲକ୍ କୋଟିଆ ପଞ୍ଚାୟତର ୨୦ଟି ଗାଁରୁ ଆରମ୍ଭ ହୋଇଥିବା ବିବାଦ ଏବେ ସୀମାବର୍ତ୍ତୀ ଅଞ୍ଚଳ ଗଜପତି ଜିଲ୍ଲାକୁ ବ୍ୟାପିଛି। ଏହା ଦ୍ୱାରା ଆନ୍ତରାଜ୍ୟ ସୀମା ବିବାଦ ସୃଷ୍ଟି ହେଉଛି। ଯାହା ଗଭୀର ଚିନ୍ତାଜନକ।
ଏହି ସବୁ ବିବାଦ ଯୋଗୁ ଦୁଇ ରାଜ୍ୟର ସୀମାବର୍ତ୍ତୀ ଗାଁର ସୁରକ୍ଷା ଓ ଅଞ୍ଚଳବାସୀଙ୍କ ବିକାଶରେ କ୍ଷତି ପହଁଚାଉଛି। ଏହି ସୀମା ବିବାଦର ସମାଧାନ କରିବା ସମୟ ସାପେକ୍ଷ। ଏହାକୁ ସମାଧାନ କରିବା ପାଇଁ ଉଚ୍ଚ ସ୍ତରରେ ପରିପକ୍ୱ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ, ବୁଝାମଣା ତଥା ସହଯୋଗର ଆବଶ୍ୟକତା ରହିଛି।”
ଦୁଇ ରାଜ୍ୟ ଭିତରେ ସୃଷ୍ଟି ହୋଇଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୪ଟି ପ୍ରସ୍ତାବ ଦେଇଛନ୍ତି।
ପ୍ରଥମତଃ ବିବାଦୀୟ ଗ୍ରାମ ଗୁଡ଼ିକରୁ ସଶସ୍ତ୍ର ସୁରକ୍ଷା ବଳକୁ ଅପସାରଣ କରାଯାଉ ଓ ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯାଉ।
ଦ୍ୱିତୀୟ ପ୍ରସ୍ତାବ ହେଲା: ଗ୍ରାମାଞ୍ଚଳର ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଓ ମୌଳିକ ସୁବିଧାକୁ ବାଦ ଦେଇ ନୂତନ ଢ଼ାଂଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ।
ତୃତୀୟ ପ୍ରସ୍ତାବ ହେଲା: ଏହି ବିବାଦରେ ଆଗାମୀ ଦିନର ରୋଡ୍ମ୍ୟାପ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱି’ପାକ୍ଷିକ ଆଲୋଚନା କରାଯାଉ।
ଚତୁର୍ଥ ପ୍ରସ୍ତାବ ହେଲା: ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ୱା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ ୱାର୍କିଂ କମିଟି ବା ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯାଉ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, “ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଐତିହାସିକ ଦୃଷ୍ଟିରୁ ବିକାଶମୁଖୀ ଆହ୍ୱାନ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମାନ ଭାବେ ଅଂଶୀଦାର। ଉଭୟ ରାଜ୍ୟ
ପୂର୍ବଘାଟିରେ ଥିବା ପାହାଡ଼ିଆ ଅଂଚଳରେ ଲୋକଙ୍କ ଜୀବନକୁ ସୁଗମ କରିବା ପାଇଁ ସଂଯୋଗ ସ୍ଥାପନ, ବିକାଶମୂଳକ କାର‌୍ୟ୍ୟକୁ ସୁନିଶ୍ଚିତ କରିବା ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ଅନେକ ଗୁଡ଼ିଏ
ପଦକ୍ଷେପ ନେଉଛନ୍ତି। ଏହି ବିକାଶମୂଳକ ପଦକ୍ଷେପ ଗୁଡିକ ବାମପନ୍ଥୀ ଉଗ୍ରବାଦୀ ଦ୍ୱାରା ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ଫଳପ୍ରଦ ସାବ୍ୟସ୍ତ ହୋଇଛି।”
ସେ ଆହୁରି ଲେଖିଛନ୍ତି, “ସୀମାବର୍ତ୍ତୀ ଗ୍ରାମାଞ୍ଚଳରେ ଶାନ୍ତି ଫେରାଇବା ଓ ବାମପନ୍ଥୀ ଉଗ୍ରବାଦୀ ଉପଦ୍ରବକୁ ଦମନ କରିବା ପାଇଁ ପ୍ରଶାସନ, ପୁଲିସ ଓ ସୁରକ୍ଷା ବଳ, ରାଜନେତା ଏକଜୁଟ ହୋଇ କାମ କରୁଛନ୍ତି। କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆନ୍ତଃରାଜ୍ୟ ସୀମାକୁ ନେଇ ଏକ ବିବାଦ ସୃଷ୍ଟି ହେବା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସବୁ ବିବାଦ ଦ୍ୱାରା ଏହି ଅଞ୍ଚଳରେ ଅନେକ ବର୍ଷ ଧରି ହୋଇଥିବା ବିକାଶମୂଳକ କାର‌୍ୟ୍ୟ ଦିଗହରା ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତି ଉଭୟ ରାଜ୍ୟର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସ୍ୱାର୍ଥ ଉପରେ ମଧ୍ୟ କୁପ୍ରଭାବ ପକାଇ ଲୋକଙ୍କ ଆସ୍ଥା ହରାଇବ।”

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031