Indus Valley Times

ଆର୍ନ୍ତଜାତୀୟ ଓ ଜାତୀୟ ଖେଳାଳୀଙ୍କ ଠାରୁ ତାଲିମପ୍ରାପ୍ତ କଲେ ବୌଦ୍ଧ ତାଇକୋଣ୍ଡୁ ପ୍ରଶିକ୍ଷାର୍ଥୀ

 Breaking News

ଆର୍ନ୍ତଜାତୀୟ ଓ ଜାତୀୟ ଖେଳାଳୀଙ୍କ ଠାରୁ ତାଲିମପ୍ରାପ୍ତ କଲେ ବୌଦ୍ଧ ତାଇକୋଣ୍ଡୁ ପ୍ରଶିକ୍ଷାର୍ଥୀ

August 30
21:26 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୮: ବୌଦ୍ଧ ଇଣ୍ଡୋର ଷ୍ଟାଡିୟମ ପରିସରରେ ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ ଦୁଇଦିନ ବ୍ୟାପୀ ପ୍ରୋମଶନ ପରୀକ୍ଷା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଆର୍ନ୍ତଜାତୀୟ ଓ ଜାତୀୟସ୍ତରରେ ସ୍ୱର୍ଣ୍ଣପଦକ ବିଜେତାଙ୍କ ଠାରୁ ବୌଦ୍ଧ ତାଇକୋଣ୍ଡୁ ଏକାଡେମୀର ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେଇଥିଲେ । ସୋମବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଯୋଗଦାନ କରି ଶିକ୍ଷା ସହିତ କ୍ରୀଡାପ୍ରତି ବର୍ତମାନ ଗୁରୁତ୍ୱ ଦେବାର ଆବଶ୍ୟକତା ଦେଖାଦେଇଛି ।
ନେହେରୁ ଯୁବକେନ୍ଦ୍ରର ଅଧିକାରୀ ବିରେନ୍ଦ୍ର ବୋକେନ ସିଂ ଯୋଗଦାନ କରି ଖେଳଦ୍ୱାରା ବର୍ତମାନ ଆତ୍ମନିଯୁକ୍ତି ପାଇଁ ସୁଯୋଗ ରହିଥିବା ସଂପର୍କରେ ଆଲୋଚନା କରିଥିଲେ । ଆସୋସିଏସନର ସଭାପତି ଯଜେ୍ଞଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ସଂପାଦକ ଅଂଜିତ ସାହୁ ବିବରଣୀ ପାଠ କରିଥିଲେ । ଓଡିଶା ତାଇକୋଣ୍ଡୁ ଆସୋସିଏସନର ସଂପାଦକ ମନମୋହନ ଭଂଜ ତାଇକୋଣ୍ଡୁ ଅଲମ୍ପିକର ମାନ୍ୟତା ପାଇବା ପରେ ଗୁରୁତ୍ୱ ବୃଦ୍ଧି ପାଇଥିବା ସଂପର୍କରେ ଆଲୋଚନା କରିଥିଲେ ।
ଏଥିରେ ଆର୍ନ୍ତଜାତୀୟ ଖେଳାଳୀ ଏହେଷାସ ହୋତା, ଜାତୀୟ ଖେଳାଳୀ ଅନ୍ୱେଷ ହୋତା, ଅନନ୍ୟା ସାହୁ, ଅନ୍ସୁକା ଦାସ, ସ୍ୱର୍ଣ୍ଣଜିକା ପଣ୍ଡା, ପ୍ରଭାତ କୁମାର ସାହୁ, ରମାକାନ୍ତ ବେହେରା, ପ୍ରିତମ ଚନ୍ଦ୍ର ପ୍ରଧାନ, କେ କମଳେଶ୍‌, ଅଂଜନେୟ ମହାନ୍ତି, ଆର୍ବ ଆର୍ଯ୍ୟା, ଯୁକ୍ତା ଜସିରା ଜେନା, ଅମିତ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପ ସଭାପତି ବିଶ୍ୱରଂଜନ ସାହୁ, ଶଶାଙ୍କ ଶେଖର ଶାସିନୀ, ଶବର ସେଠୀ, ଲୋକନାଥ ମେହେର, ଅରୁଣ ମେଣ୍ଡଲି, ରାମଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ହୃଦାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ ସହରରୁ ବିରଳ ଜାତିର ବିଷଧର ସାପ ଉଦ୍ଧାର ହେଲା
ବୌଦ୍ଧ,୩୦/୮ : ସୋମବାର ସକାଳେ ବୌଦ୍ଧ ସହରର ଚନ୍ଦ୍ରଚୂଡ ମନ୍ଦିର ନିକଟ ବାସଗୃହରୁ ସାପଧରାଳୀ ମାନଙ୍କ ଦ୍ୱାରା ଏକ ବିରଳ ସାପ ଉଦ୍ଧାର ହୋଇଥିଲା । ଅନୁସନ୍ଧାନ ପରେ ପିଟ୍ ଭେପର ସାପ ବୋଲି ଜଣାପଡିଛି । ସୋମବାର ସକାଳ ୫ଘ. ସମୟରେ ସାମ୍ବାଦିକ ଦେବାଶିଷ ପୁରୋହିତଙ୍କ ବାସଗୃହରେ ସବୁଜ ରଙ୍ଗର ସାପ ଦେଖୀବା ପରେ ସ୍ନେକ୍ ହେଲ୍ପ୍ ଲାଇନଙ୍କ ସହିତ ଯୋଗାଯୋଗ କରିଥିଲେ ।
ଖବର ପାଇବା ପରେ ଅରୁଣ ମେଣ୍ଡଲି ଓ ନିଲୁ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଂଚିଥିଲେ । ସାପକୁ ଧରିବା ପରେ ସେମାନେ ପ୍ରଥମ ଥର ପାଇଁ ଏପରି ବିଷଧର ସାପ ଧରିଥିବା ପ୍ରକାଶ କରିଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ପିଟ୍ ଭେପର ସାପ ବୋଲି ଅନୁମାନ କରିଥିଲେ । ବିଭିନ୍ନ ଜଙ୍ଗଲରୁ ମହାନଦୀରେ ଏପରି ବିରଳ ସାପ ଆସୁଅଛି ବୋଲି ସେମାନେ ପ୍ରକାଶ କରିଥିଲେ । ଉକ୍ତ ସାପକୁ ସଂରକ୍ଷିତ ରଖି ସଂପୃକ୍ତ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି ।
ବୌଦ୍ଧ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ
ବୌଦ୍ଧ,୩୦/୮: ପବିତ୍ର ଜନ୍ମାଷ୍ଟମୀ ଅବସରରେ ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ସ୍ୱମାୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସର ସ୍‌ୃତିଚାରଣ କରାଯାଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିରାଡମ୍ବର କାର୍ଯ୍ୟକ୍ରମରେ ସ୍ୱାମୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଶ୍ରଦ୍ଧାଂଜଳୀ ପ୍ରଦାନ କରାଯାଇଥିଲା । ସ୍ୱାମିଜୀଙ୍କ ବଳିଦାନ ସମସ୍ତ ହିନ୍ଦୁ ସମାଜ ସର୍ବଦା ମନେ ରଖିବ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା ।
ଏହି ଅବସରରେ ଦଳର ବରିଷ୍ଠ ନେତା ମାଗୁଣି ଗାଇଗୌରିଆ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ,ପ୍ରେମାନନ୍ଦ ମିଶ୍ର,ତାପସ କୁମାର ପଟ୍ଟନାୟକ,ପଙ୍କଜ ବାରିକ୍‌,ଆଶିଷ ସାହୁ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଜିଲ୍ଲା ଯୁବ କଂଗ୍ରେସ ସଂଯୋଜକ ପଦବୀ ଘୋଷଣା ବେଆଇନ କହିଲେ ଜିଲ୍ଲା ଯୁବ କଂଗ୍ରେସ ସଭାପତି
ବୌଦ୍ଧ,୩୦/୮ : ବୌଦ୍ଧ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକର ଗୋଟିଏ ଦିନ ପରେ ଦଳରେ ଫାଟ ଦେଖାଦେଇଥିବା ଜଣାପଡିଛି । ଗତ ରବିବାର ଦିନ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ସହରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦଳର ସାଙ୍ଗଠନିକ କାର୍ଯ୍ୟକୁ ଅଧିକ କ୍ରୀୟାଶିଳ କରାଯିବା ସହ ଦଳର ଛାମୁଆ ସଂଗଠନ ସହ ଉତ୍ତମ ସଂପର୍କ ସ୍ଥାପନ ସକାଶେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ କିଛି ସଂଯୋଜକ ପଦବୀ ଚୟନ କରାଯାଇ ନାମ ଘୋଷଣା କରାଯାଇଥିଲା । ସାଙ୍ଗଠନିକ ବୈଠକରେ ଜିଲ୍ଲା ଯୁବ କଂଗ୍ରେସ ସଂଯୋଜକ ଭାବେ ସୁଶିଲ କୁମାର ହୋତାଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଗଣମାଧ୍ୟରେ ପ୍ରକାଶ ପରେ ଜାଣିବା ପରେ ସୋମବାର ଦିନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ ଏହା ବେଆଇନ ବୋଲି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ଆହୁରୀ ମଧ୍ୟ ଶ୍ରୀ ପ୍ରଧାନ ଏକ ବର୍ଷ ହେବ ଭାରତୀୟ କଂଗ୍ରେସ କମିଟି ଅନୁମୋଦନ କ୍ରମେ ଜିଲ୍ଲା ଯୁବ କଂଗ୍ରେସ କମିିଟର ସଭାପତି ରୁପେ କାର୍ଯ୍ୟକାର କରି ଆସୁଥିବା ସହ ରାଜ୍ୟ ଯୁବ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଜିଲ୍ଲାରେ ସମସ୍ତ କାର୍ଯ୍ୟ କରିଆସୁଥିବା ପ୍ରେସ ବିବିୃତ୍ତିରେ ସୁଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031