Indus Valley Times

ଆସନ୍ତାକାଲି ଦିଲ୍ଲୀରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ ନାଇଟ କର୍ଫ୍ୟୁ ଜାରି

 Breaking News

ଆସନ୍ତାକାଲି ଦିଲ୍ଲୀରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ ନାଇଟ କର୍ଫ୍ୟୁ ଜାରି

ଆସନ୍ତାକାଲି ଦିଲ୍ଲୀରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ ନାଇଟ କର୍ଫ୍ୟୁ ଜାରି
December 26
21:07 2021

ନୂଆଦିଲ୍ଲୀ, ୨୬/୧୨: ମଧ୍ୟପ୍ରଦେଶ ପରେ ରବିବାର ଦେଶର ଦ୍ୱିତୀୟ ପ୍ରମୁଖ ସହରରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ସୋମବାରରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ବଢି ଚାଲିଥିବା କରୋନା ସଂକ୍ରମଣକୁ ନଜରରେ ରଖି କଟକଣା ଜାରି ହୋଇଥିବା ବେଳେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସବୁ ଗତିବିଧି ଉପରେ ରୋକ ଲଗାଇ ଦିଆଯାଇଛି।
ଦିଲ୍ଲୀରେ କରୋନା ସଂକ୍ରମଣ ଏକଦମ ଥମି ଯାଇଥିଲା। ହେଲେ ଗତ ୧୫ ଦିନ ହେଲା ପୁଣି ବଢ଼ିବାରେ ଲାଗିଥିବା ବେଳେ ଗତ ୨୪ ଘଣ୍ଟାରେ ଜାତୀୟ ରାଜଧାନୀରୁ ୨୯୦ ନୂଆ ମାମଲା ମିଳିଥିବା ବେଳେ ଗତ ୧୯୫ ଦିନରେ ସବୁଠୁ ଅଧିକ ବୋଲି କୁହାଯାଇଛି। ଏହା ପୂର୍ବରୁ ୨୦୨୧ ଜୁନ ୧୩ ତାରିଖ ଦିନ ଜାତୀୟ ରାଜଧାନୀରେ ୨୫୫ ନୂଆ କେସ୍ ମିଳିଥିଲା।
ଜାତୀୟ ରାଜଧାନୀରେ ଏବେ ସଂକ୍ରମଣ ହାର ୦.୫୫ ପ୍ରତିଶତ ରହିଛି। ତେବେ ନୂଆ କରି ଆସିଥିବା ଓମିକ୍ରନ ଭାରିଏଣ୍ଟର ପ୍ରକୋପକୁ ନଜରରେ ରଖି ସରକାର ଆଗ୍ରୀମ ପଦକ୍ଷେପ ନେବା ସହ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି।
ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଜାତୀୟ ରାଜଧାନୀରେ କୋଭିଡ ତୃତୀୟ ଲହରକୁ ନଜରରେ ରଖି ଗତ ଜୁଲାଇ ମାସରେ ଜିଆରଏପିକୁ ମଞ୍ଜୁର କରିଥିଲା।
ଜିଆରଏପି ଅନୁସାରେ ଜାତୀୟ ରାଜଧାନୀରେ କୋଭିଡ ପରିସ୍ଥିତି ଆଧାରରେ କଟକଣା ଲାଗୁ ଓ ହଟା ଯିବାର ବ୍ୟବସ୍ଥା ରହିଛି। ଏଥିରେ ୟେଲୋ ଆଲର୍ଟ କାଳରେ ରାତ୍ରି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁର ବ୍ୟବସ୍ଥା ରହିଛି।
ଏବେଠୁ ଦିଲ୍ଲୀରେ ଗତ ଜୁନ ମାସର ପରିସ୍ଥିତି ଦେଖା ଦେଲାଣି। ଏଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ନାଇଟ୍ କର୍ଫ୍ୟୁ ଲଗାଇ ଦିଆଯାଇଛି। ତେବେ ରେଡ ୱାର୍ଣ୍ଣିଂରେ ଉଭୟ ଦିନ ଓ ରାତି କର୍ଫ୍ୟୁ ଲାଗୁ ହେବ। ଯେତେବେଳେ ନିତ୍ୟାନ୍ତ ଆବଶ୍ୟକତା ନଥିଲେ ଲୋକଙ୍କୁ ଘରୁ ପଦାକୁ ବି ବାହାରିବାକୁ ଦିଆଯିବନି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031