Indus Valley Times

ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଏ ସେବା ମିଳିବ : କେନ୍ଦ୍ର ରେଳ ମନ୍ତ୍ରୀ

 Breaking News

ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଏ ସେବା ମିଳିବ : କେନ୍ଦ୍ର ରେଳ ମନ୍ତ୍ରୀ

December 29
16:57 2022

ଭୁବନେଶ୍ୱର,୨୯/୧୨: ମାସେ ଭିତରେ ଓଡ଼ିଶାକୁ ମିଳିବ ୫ଏ ସେବା। ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଏ ସେବା ମିଳିବ। ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସେ କହିଛନ୍ତି,ରେଲୱେ ଏବଂ ଟେଲିକମ୍ରେ ଓଡ଼ିଶାକୁ ଅବହେଳା ହେଉଛି ବୋଲି କୁହାଯାଉଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିକମ ପାଇଁ ୫ ହଜାର ୬ ଶହ କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି। ଓଡ଼ିଶାର ଯାହା ଦରକାର ସେସବୁ ମୋଦି ଦେଇଛନ୍ତି। ତେଣୁ ତାଙ୍କ ଆଗରେ କେହି ଆଉ ଅଭିଯୋଗ ରଖିପାରିବେନି।
କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଯେଉଁ ଯେଉଁ ଗାଁରେ ମୋବାଇଲ ଟାୱାର ନ ଥିଲା, ତାର ସର୍ଭେ କରିବା ପାଇଁ ମୋଦି ଜି ମୋତେ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଗାଁରେ ୪ଏ ନେଟୱାର୍କ ପହଞ୍ଚିବା ଦରକାର ବୋଲି କହିଥିଲେ। ଓଡ଼ିଶାର ପ୍ରତି ଗାଁରେ ୪ଏ ନେଟୱାର୍କ ପହଞ୍ଚିବ ବୋଲି ମୋଦି ନିଷ୍ପତ୍ତି ନେଇଛନ୍ତି।
ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ ପାଇଁ ଆଜି ଏକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031