Indus Valley Times

ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର

 Breaking News

ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର

ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
August 04
20:01 2021

ପୁରୀ, ୪/୮: ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଏନେଇ ବୁଧବାର ପ୍ରଶାସନିକ ସ୍ତରରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି । ପ୍ରଥମ ୫ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ କରିବାକୁ ମିଳିବ ଅନୁମତି । ଦୁଇ ଡୋଜ୍ ଟିକା ନେଇ ସାରିଥିବା ବ୍ୟକ୍ତି ଭିତରକୁ ଯାଇପାରିବେ ବୋଲି ପ୍ରଶାସନ ଏହି ବୈଠକରେ ନିଷ୍ପତ୍ତି ନେଇଛି ।
ଅନଲକରେ ମନ୍ଦିର ଖୋଲିବା ପାଇଁ ସବୁଜ ସଙ୍କେତ ମିଳିଛି । ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡର ପ୍ରଥମ ଲହର ପରେ ଯେଭଳି ଏସଓପି ଆଧାରରେ ଭକ୍ତ ଠାକୁର ଦର୍ଶନ କରୁଥିଲେ, ସେହିଭଳି କଟକଣାରେ ଦର୍ଶନ କରିବାକୁ ପ୍ରସ୍ତାବ ପାରିତ ହୋଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031