Indus Valley Times

ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍

 Breaking News

ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍

ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍
July 16
15:39 2022

ସମ୍ବଲପୁର,୧୬/୭: ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍। ସକାଳ ୧୧ ଟା ବେଳେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ। ଏନେଇ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ।
ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀ ଓ ତା’ର ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏନେଇ ଆଜି ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି।
ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀଙ୍କ କହିବା ମୁତାବକ, ଉପରମୁଣ୍ଡରେ ୧୫.୭୧ ମିଲିମିଟର ବର୍ଷା ହୋଇଛି। ଏ ବର୍ଷ ପ୍ରଥମ କରି ଇନଫ୍ଲୋ ୨ ଲକ୍ଷ କ୍ୟୁସେକ୍ ଅତିକ୍ରମ କରିଛି । ଶୁକ୍ରବାର ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର୭୭୯ କ୍ୟୁସେକ୍ ଜଳ ପ୍ରବେଶ କରିଛି।
ସେପଟେ, ଜଳସ୍ତର ୬୦୪.୯୫ ଫୁଟ୍ରେ ପହଞ୍ଚିଥିବା ବେଳେ ଏହା ଦୁଇଦିନ ମଧ୍ୟରେ ୬୧୦ ଫୁଟ୍ ଯାଏ ପହଞ୍ଚିବ ବୋଲି ଆକଳନ କରାଯାଇଛି। ତେଣୁ ସୋମବାର ପ୍ରଥମ ପର‌୍ୟ୍ୟାୟରେ ୫ଟି ଗୋଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031