Indus Valley Times

ଆସନ୍ତା ୧୯ରୁ ଯୁକ୍ତ ୩ ଆବେଦନ ପ୍ରକ୍ରିୟା, ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

 Breaking News

ଆସନ୍ତା ୧୯ରୁ ଯୁକ୍ତ ୩ ଆବେଦନ ପ୍ରକ୍ରିୟା, ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଆସନ୍ତା ୧୯ରୁ ଯୁକ୍ତ ୩ ଆବେଦନ ପ୍ରକ୍ରିୟା, ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ
June 12
17:51 2023

ଭୁବନେଶ୍ୱର,୧୨/୬: ଯୁକ୍ତ ତିନିରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । www.samsodisha.gov.inରେ ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।
ସେହିପରି ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭, ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ପଞ୍ଚମ ପର୍ଯ୍ୟାୟ ସେପ୍ଟେମ୍ବର ୧ ଏବଂ ଷଷ୍ଠ ପର୍ଯ୍ୟାୟ ୧୩ ସେପ୍ଟେମ୍ବରରେ ମେଧା ତାଲିକା ପ୍ରକାଶ କରାଯିବ ।
ଉଲ୍ଲେଖ ଥାଉ କି ୨୦୨୨-୨୩ ଶିକ୍ଷାବର୍ଷରେ ୧୦୨୩ ଯୁକ୍ତ୩ କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟ୍ରେ ନାମଲେଖା ହୋଇଥିଲା। ୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍ ରହିଛି।
ସ୍ନାତକ ନାମଲେଖା ଲାଗି ପଞ୍ଜୀକରଣ ସମୟରେ ନାମ, ମୋବାଇଲ୍ ନମ୍ବର, ଇ-ମେଲ୍ ଆଇଡି ରହୁଥିଲା। ଏଥର ପଞ୍ଜୀକରଣ ପେଜ୍ରେ ଛାତ୍ରଛାତ୍ରୀଙ୍କ ଜନ୍ମ ତାରିଖ ଉଲ୍ଲେଖ ରହିବ। ନାମଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଆବଦେନକାରୀ ଦେଇଥିବା ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆକ୍ଟିଭ୍ ରଖିବାକୁ ପରାମର୍ଶ ଦିଆଯାଇଛି।
ସିଏଏଫ୍ରେ ଯଦି କୌଣସି ପ୍ରକାର ତ୍ରୁଟି ଥିବ, ଆବେଦନକାରୀ ତାହାକୁ ସଂଶୋଧନ କରିପାରିବାର ସୁବିଧା ଉପଲବ୍ଧ ହେବ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀ ପୂର୍ବରୁ ସର୍ବନିମ୍ନ ୫ଟି ଓ ସର୍ବାଧିକ ୨୦ଟି ଶିକ୍ଷାନୁଷ୍ଠାନରେ ଆବେଦନ କରିପାରୁଥିଲେ। ମାତ୍ର ଏବେ ଆବଦନକାରୀ ନିଜ ଇଚ୍ଛା ଅନୁଯାୟୀ ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରିବେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031