Indus Valley Times

ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପୁଣି ପାରଦ ଖସିବ

 Breaking News

ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପୁଣି ପାରଦ ଖସିବ

ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପୁଣି ପାରଦ ଖସିବ
November 22
11:15 2022

ଭୁବନେଶ୍ୱର,୨୨/୧୧ : ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପୁଣି ପାରଦ ଖସିବ । ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ କମିଯିବ । ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଅବପାତ ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିଛି । ଆଗକୁ ପୁଣି ଥଣ୍ଡା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି ।
ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପ୍ରବେଶ କରିଛି । ଏଥିପାଇଁ ତାପମାତ୍ରା ବଢ଼ିଛି । ଦୁଇ ଦିନ ପରେ ଏହା ପୁଣି ଖସିବ ବୋଲି ସେ କହିଛନ୍ତି । ସେହିଭଳି କୋରାପୁଟରେ ଆଜି ସକାଳୁ ହାଲୁକା ବର୍ଷା ହୋଇଛି । ମଙ୍ଗଳବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି ।
ସୋମବାର ସୁନ୍ଦରଗଡ଼ କିରେଇରେ ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ପାରଦ ୯.୨ ଡିଗ୍ରୀ ରହିଥିଲା । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ, କୋରାପୁଟରେ ୧୧.୨, ଫୁଲବାଣୀରେ ୧୨.୨, ଦାରିଙ୍ଗିବାଡ଼ିରେ ୧୨.୫ ଓ ସୁନ୍ଦରଗଡ଼ରେ ୧୩ ଡିଗ୍ରୀ ରହିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031