Indus Valley Times

ଆସନ୍ତା ୨୭ରେ ରାଜ୍ୟର ସବୁ ସ୍କୁଲ, କଲେଜ ଛୁଟି

 Breaking News

ଆସନ୍ତା ୨୭ରେ ରାଜ୍ୟର ସବୁ ସ୍କୁଲ, କଲେଜ ଛୁଟି

ଆସନ୍ତା ୨୭ରେ ରାଜ୍ୟର ସବୁ ସ୍କୁଲ, କଲେଜ ଛୁଟି
January 25
12:00 2024

ଭୁବନେଶ୍ୱର,୨୫/୧: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ।
ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୭ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ସାରା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ (ସ୍କୁଲ ଓ କଲେଜ) ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଦିନ ଚତୁର୍ଥ ଶନିବାର ପଡ଼ୁଥିବାରୁ ସମସ୍ତ ସରକାରୀ କାର‌୍ୟ୍ୟାଳୟ ମଧ୍ୟ ବନ୍ଦ ରହିବ।
ସମଲେଇ ପ୍ରକଳ୍ପ ଅଧୀନରେ ସମ୍ବଲପୁରର ଭବ୍ୟ ସମଲେଇ ମନ୍ଦିର ପରିସରର ହୋଇଛି ରୂପାନ୍ତରିକରଣ। ଏହି ଭବ୍ୟ ଉତ୍ସବରେ ସାମିଲ ହୋଇ ମା’ସମଲେଇଙ୍କ ଆଶୀର୍ବାଦ ନେବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031