Indus Valley Times

ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ

 Breaking News

ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
February 08
13:24 2023

ଭୁବନେଶ୍ବର,୮/୨: ଆଗାମୀ ୧୦ ଓ ୧୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ।
ବ୍ଲୁ ବୁକ୍ ଆଧାରରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦିଆଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷା ସକାଶେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୨୦୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ଆଜି ଅପରାହ୍ନ ୧ଟା ବେଳେ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ତା ଯାଞ୍ଚ କରିବେ ଡିସିପି। ଆସନ୍ତାକାଲି ହେବ ଫାଇନାଲ କାରକେଡ଼ ରିହଲସଲ।
ଫେବ୍ରୁଆରି ୧୦ ତାରିଖ ଶୁକ୍ରବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନ ଯୋଗେ ଆସି ରାଷ୍ଟ୍ରପତି ପୂର୍ବାହ୍ନ ୧୧.୪୫ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ।
ସେଠାରୁ ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ଉତ୍କଳ ମଣ୍ଡପକୁ ଯାଇ ‘ଜ୍ଞାନପ୍ରଭା ମିସନ୍’ର ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଉକ୍ତ କାର୍ଯ୍ୟକ୍ରମ ଶେଷ ହେବା
ପରେ ସେ ଅପରାହ୍ଣ ୧. ୨୫ରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। ତା’ପରେ ଅପରାହ୍ଣ ୪.୫ରେ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର (ବିଦ୍ୟା ବିହାର) ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ।
ସନ୍ଧ୍ୟା ୫.୧୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ପ୍ରତ୍ୟାବର୍ତ୍ତନ କରି ୫. ୩୦ରେ ରାଜଭବନରେ ପହଞ୍ଚିବା ପରେ ସେଠାରେ ରାତ୍ର ଭୋଜନ ଓ ରାତ୍ର ରହଣି କରିବେ।
ସେହିପରି, ଶନିବାର ସକାଳ ୯ଟାରେ ରାଷ୍ଟ୍ରପତି ରାଜଭବନରୁ ଯାଇ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ପରେ ଭୁବନେଶ୍ବର ବିମାନ ବନ୍ଦରକୁ ଯିବେ। ସେଠାରୁ ବାୟୁସେନା ହେଲିକପ୍ଟର୍ ‘ଏମ୍ଆଇ ୧୭’ ଯୋଗେ ଯାଇ ପୂର୍ବାହ୍ନ ୧୦.୪୫ରେ କଟକ ହେଲିପ୍ୟାଡ୍ରେ ଅବତରଣ କରି ‘ଆଇସିଏଆର୍-ନ୍ୟାସ୍ନାଲ୍ ରାଇସ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ରେ ଦ୍ବିତୀୟ ‘ଇଣ୍ଡିଆନ୍ ରାଇସ୍ କଂଗ୍ରେସ୍’ ଉଦ୍ଘାଟନ କରିବେ।
ପୁଣି ହେଲିକପ୍ଟର୍ ଯୋଗେ କଟକରୁ ବାହାରି ଅପରାହ୍ଣ ୧୨. ୪୫ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରି ସେଠାରେ ଭାରତୀୟ ବାୟୁସେନାର ‘ବିବିଜେ’ ବିମାନ ଆରୋହଣ କରି ରାଷ୍ଟ୍ରପତି ମୁର୍ମୁ ବିମାନ ଭିତରେ ହିଁ ମଧ୍ୟାହ୍ନ ଭୋଜନ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପାଲାମ୍ ବିମାନ ବନ୍ଦରରେ ଅବତରଣ କରିବା ପରେ ରାଷ୍ଟ୍ରପତି ଅପରାହ୍ଣ ୩.୪୦ରେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031