Indus Valley Times

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଲର୍ଟ

 Breaking News

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଲର୍ଟ

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଲର୍ଟ
July 04
10:57 2024

ଭୁବନେଶ୍ୱର, ୪/୭: ଆସନ୍ତା ଜୁଲାଇ ୭ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ ।
ତେବେ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ। ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ ବର୍ଷା ୫୦ରୁ ୬୦ମିମି ରହିବ । ଜୁଲାଇ ପ୍ରଥମମାର୍ଦ୍ଧରେ ରାଜ୍ୟରେ ବର୍ଷା ପରିମାଣ ୨୫% ନିଅଣ୍ଟିଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ଦେବଗଡ଼ରେ ୮୦ମିମିରୁ ଅଧିକ ବର୍ଷା ହୋଇପାରେ। ଜୁଲାଇ ୪ ତାରିଖରେ ମଧ୍ୟମ ପରିମାଣର ବର୍ଷା ହେବ । ୬ ତାରିଖ ଯାଏ ବିକ୍ଷିପ୍ତ ଭାବେ ସ୍ପଳ୍ପ ପରିମାଣର ବର୍ଷା ହୋଇପାରେ।
୧୦ରୁ ୧୭ ତାରିଖ ମଧ୍ୟରେ ଉତ୍ତର ଉପକୂଳରେ ମୋଟ ୫୦ରୁ ୬୦ମିମି ବର୍ଷା ହେବାର ସମ୍ଭାବନା ଅଛି। ଅନ୍ୟ ଅଞ୍ଚଳରେ ୭୦ରୁ ୮୦ମିମି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।
ଜୁଲାଇ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନିଅଣ୍ଟିଆ ବର୍ଷା ସତ୍ତ୍ବେ ଚାଷ କାମରେ କୌଣସି ସମସ୍ୟା ହେବନି କାରଣ ମଝିରେ ମଝିରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031