Indus Valley Times

ଇଏ ହେଉଛନ୍ତି ‘ବଚପନ କା ପ୍ୟାର’ ଅସଲି ସିଙ୍ଗର: ୩ ବର୍ଷ ପୂର୍ବେ ଗାଇଥିଲେ ଗୀତ ; ଭାଇରାଲ କଲା ସହଦେବ

 Breaking News

ଇଏ ହେଉଛନ୍ତି ‘ବଚପନ କା ପ୍ୟାର’ ଅସଲି ସିଙ୍ଗର: ୩ ବର୍ଷ ପୂର୍ବେ ଗାଇଥିଲେ ଗୀତ ; ଭାଇରାଲ କଲା ସହଦେବ

ଇଏ ହେଉଛନ୍ତି ‘ବଚପନ କା ପ୍ୟାର’ ଅସଲି ସିଙ୍ଗର: ୩ ବର୍ଷ ପୂର୍ବେ ଗାଇଥିଲେ ଗୀତ ; ଭାଇରାଲ କଲା ସହଦେବ
August 03
20:14 2021

ଅହମଦାବାଦ, ୩/୮ : ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରତିଦିନ ନାନା ମାମଲା ସାମ୍ନାକୁ ଆସୁଛି। କିଛି ଲୋକ ସୋସିଆଲ ମିଡ଼ିଆରେ ରାତାରାତି ଷ୍ଟାର ହୋଇ ଯାଉଛନ୍ତି। ଗତ କିଛି ଦିନ ହେଲା ଇଣ୍ଟରନେଟରେ ‘ବଚପନ କା ପ୍ୟାର’ ଗୀତ ଧମାଲ କରୁଛି। ଗୀତକୁ ଛତିଶଗଡ଼ ସୁକମା ଅଞ୍ଚଳର ସହଦେବ ନାମକ ଜଣେ ଶିଶୁ ଗାଇଛନ୍ତି। ଏହି ଗୀତ ଗାଈ ସହଦେଵ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଛନ୍ତି।
ସହଦେଵ ଏହି ଗୀତକୁ ଯେଉଁ ଅନ୍ଦାଜରେ ଗାଇଛନ୍ତି ଲୋକେ ତାର ଅନେକ ଭର୍ସନ ବାହାର କରିବା ସହ ମିମ ମଧ୍ୟ ତିଆରି କରୁଛନ୍ତି। ଶିଶୁଟି ରାତାରାତି ଇଣ୍ଟରନେଟ ସେନସେସନ ହୋଇଯାଇଛି। ସହଦେବଙ୍କ ପରେ ବର୍ତ୍ତମାନ ‘ବଚପନ କା ପ୍ୟାର’ର ଅସଲି ଗାୟକଙ୍କ ନାଁ ସାମ୍ନାକୁ ଆସିଛି। ଗୀତର ଅସଲି ଗାୟକ କମଲେଶ ବରୋଟ।
ସହଦେଵ ଲୋକପ୍ରିୟ ହେବାପରେ ଅନେକ ଲୋକ ଜାଣିବାକୁ ଚାହିଁଥିଲେ ଯେ ସତରେ ଏମିତି କିଛି ଗୀତ ଅଛି କି ? ଏହାପରେ ଏକ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି ଭିଡିଓ ଜରିଆରେ ଜଣାପଡିଛି ଯେ ‘ବଚପନ କା ପ୍ୟାର’ ଗୀତ ଜଣେ ଗୁଜରାଟୀ ଗାୟକ କମଲେଶ ଗାଇଥିଲେ। ସେ ୩ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ ରେ ନିଜର ମ୍ୟୁଜିକ ଭିଡିଓ ରିଲିଜ କରିଥିଲେ। ଯାହାକୁ ୨୦୨୧ ରେ ସହଦେଵଙ୍କ ପାଇଁ ନୂଆ ପରିଚୟ ମିଳିଛି।
ଭିଡିଓରେ କମଲେସ ନିଜେ ଜଣେ ଯୁବତୀଙ୍କ ସହ ନଜର ଆସିଛନ୍ତି। ମହିଳାଙ୍କୁ ସେ ବଚପନ କା ପ୍ୟାର ବୋଲି କହିଛନ୍ତି। ଏହି ଭିଡିଓକୁ ଏବେ ସୁଦ୍ଧା ୬୦ ଲକ୍ଷରୁ ଅଧିକ ୟୁଜର୍ସ ଦେଖି ସାରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031