Indus Valley Times

ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା

 Breaking News

ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା

ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
December 03
11:06 2022

ଭୁବନେଶ୍ୱର, ୩/୧୨: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ସେ ଦ୍ବିତୀୟ ଥର ଲାଗି ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ଇଡିରେ ହାଜର ହେବା ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, କୌଣସି ଆର୍ଥିକ କାରବାର କରି ନାହାନ୍ତି। ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଉଥିଲେ। ହେଲେ ତାଙ୍କ ସହ ସେ କୌଣସି ଅର୍ଥନୈତିକ କାରବାର କରି ନାହାନ୍ତି। ଯେହେତୁ ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଉଥିଲେ ସେଥିପାଇଁ ଇଡି ଡାକିଛି।
ପୂର୍ବରୁ ଥରେ ବ୍ୟବସାୟୀ ଶିବ ପ୍ରସାଦ ଦାସଙ୍କୁ ଇଡି ପଚରାଉଚରା କରିଥିଲା। ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବ ପ୍ରସାଦଙ୍କୁ ପଚରାଉଚରା କରିବ ବୋଲି ଜଣାଯାଇଛି। କେବେ ଓ କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ହୋଇଥିଲା ତାର ଖିଅ ଇଡି ଖୋଜିବ।
ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର‌୍ୟ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟର ପ୍ରଯୋଜକ ଅକ୍ଷୟ ପରିଜା ଇଡି କାର‌୍ୟ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା।
ଏହାଛଡ଼ା ଇଡି ବ୍ୟବସାୟୀ ଅମୀୟକାନ୍ତ ଦାସ, ପ୍ରଯୋଜକ ପ୍ରମୋଦ ସ୍ବାଇଁ,ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର୍ ଚନ୍ଦନ, ଖଗେଶ୍ବରର ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନ ଓ ଜମି ମାଲିକ ପ୍ରଭାତରଞ୍ଜନ ପତି ପ୍ରମୁଖଙ୍କୁ ମଧ୍ୟ ଜେରା କରିସାରିଲାଣି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031