Indus Valley Times

‘ଇଣ୍ଡିଆ ଗେଟ୍’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ‘ହଲୋଗ୍ରାମ୍’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

 Breaking News

‘ଇଣ୍ଡିଆ ଗେଟ୍’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ‘ହଲୋଗ୍ରାମ୍’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

‘ଇଣ୍ଡିଆ ଗେଟ୍’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ‘ହଲୋଗ୍ରାମ୍’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
January 23
20:24 2022

ନୂଆଦିଲ୍ଲୀ,୨୩/୧: ଇଣ୍ଡିଆ ଗେଟ୍ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ୍ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ନେତାଜୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଇଣ୍ଡିଆ ଗେଟ୍ରେ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏହା ସ୍ଥାପନା ସମାରୋହ ସହିତ ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପର‌୍ୟ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୋଦୀ କହିଛନ୍ତି, ‘ନେତାଜୀଙ୍କ ଅବଦାନକୁ ଦେଶବାସୀ କେବେ ଭୁଲିବେ ନାହିଁ । ସମଗ୍ର ଦେଶ ନେତାଜୀଙ୍କ ପାଇଁ ଗର୍ବିତ ।’ ଏହା ସହିତ ଦେଶବାସୀଙ୍କୁ ପରାକ୍ରମ ଦିବସର ଅଭିନନ୍ଦନ ଜଣାଇଛନ୍ତି ପିଏମ୍ ମୋଦୀ । ଆଜାଦ୍ ହିନ୍ଦ ଫୌଜ ସଂସ୍ଥାପକ ନେତାଜୀ ବୋଷଙ୍କ ଜନ୍ମ ଦିନକୁ ଦେଶରେ ପରାକ୍ରମ ଦିବସ ଭାବେ ପାଳନ କରାଯାଇଥାଏ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031