Indus Valley Times

ଇଫ୍‌କୋ ଏବଂ କୃଷି କେନ୍ଦ୍ରର ମିଳିତ ସହଯୋଗରେ ପୋଷଣ ଅଭିଜାନ: ପନିପରିବା ମଞ୍ଜି ବିତରଣ ଓ ବୃକ୍ଷ ରୋପଣ

 Breaking News

ଇଫ୍‌କୋ ଏବଂ କୃଷି କେନ୍ଦ୍ରର ମିଳିତ ସହଯୋଗରେ ପୋଷଣ ଅଭିଜାନ: ପନିପରିବା ମଞ୍ଜି ବିତରଣ ଓ ବୃକ୍ଷ ରୋପଣ

ଇଫ୍‌କୋ ଏବଂ କୃଷି କେନ୍ଦ୍ରର ମିଳିତ ସହଯୋଗରେ ପୋଷଣ ଅଭିଜାନ: ପନିପରିବା ମଞ୍ଜି ବିତରଣ ଓ ବୃକ୍ଷ ରୋପଣ
September 17
20:44 2022

ଭୁବନେଶ୍ୱର,୧୭/୯: ଭାରତର ସର୍ବବୃହତ ସାର ଉତ୍ପାଦନ ସହକାରୀ ସଂସ୍ଥା ‘ଇଫ୍‌କୋ’ଏବଂ ଜିଲ୍ଲା ସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ସମଗ୍ର ଓଡ଼ିଶାର ୩୩ ଗୋଟି କୃଷି ବିଜ୍ଞାନ କେନ୍ଦ୍ରର ପରିସରରେ ପୋଷଣ ଅଭିଜାନ, ପନିପରିବା ମଞ୍ଜି ବିତରଣ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଇଫ୍‌କୋର ୧୮ ଜଳ କ୍ଷେତ୍ର ଅଧିକାରୀ ଏବଂ ସାର ବିକ୍ରେୟକାରୀ ସହାୟକ ମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀବୃନ୍ଦ ଯଥା, ବରିଷ୍ଠ ବୈଜ୍ଞାନିକ ,କୃଷି ବିଶେଷଜ୍ଞ ଗଣ ଏବଂ ବ୍ଲକ୍ ସ୍ତରୀୟ ଇଫ୍‌କୋ ରାଜ୍ୟ କାର୍ଯ୍ୟାଳୟରୁ ରାଜ୍ୟ ବିପଣନ ପ୍ରବନ୍ଧକ ଶ୍ରୀ ସୌରଭ କୁମାର ଚାଟାର୍ଜୀ ଏବଂ କ୍ଷେତ୍ର ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଜେନା ମଧ୍ୟ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଓ ପୁରୀରେ ଯୋଗ ଦେଇ ଚାଷୀଭାଇମାନଙ୍କ ଉନ୍ନତି ପାଇଁ କୃଷି ବିଶେଷଷଜ୍ଞମାନେ ପୋଷଣ ମାସ ପାଳନର ତାତ୍ପର୍ଯ୍ୟ , ଉଦ୍ଦେଶ୍ୟ ଏବଂ ଉପକାରିତା ବିଷୟରେ ଜ୍ଞାନ ପ୍ରଦାନ କରିବା ସହିତ ସୁଷମ ଖାଦ୍ୟ , ଖାଦ୍ୟ ନିରାପତ୍ତା ଏବଂ ପାକଶାଳା ପ୍ରସ୍ତୁତି ଆଦି ସମ୍ପର୍କରେ ଅବଗତ କରାଇଥିଲେ । ଇଫ୍‌କୋର ବିଭିନ୍ନ ଉତ୍ପାଦ ଯଥା, ନାନୋ ୟୁରିଆ, ସାଗରିକା ଜଳ ଦ୍ରବଣୀୟ ସାର, ଜୈବିକ ସାର ଇତ୍ୟାଦି ବିଷୟରେ ବିସ୍ତୁତ ଭାବରେ ଆଲୋଚନା କରିଥିଲେ । ଏହା ସହିତ ଉପସ୍ଥିତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଇଫ୍‌କୋ ପକ୍ଷରୁ ପାକଶାଳା ବଗିଚା ପ୍ରସ୍ତୁତ ନିମନ୍ତେ ପନିପରିବା ମଞ୍ଜି ଏବଂ ଚାରା ବିତରଣ କରାଯାଥିଲା । କୃଷିବିଜ୍ଞାନ କ୍ରେନ୍ଦର ପରିସରରେ ଫଳ ଚାରା ରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହାରାହାରି ୧୫୦୦ରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଓ ଭଉଣୀମାନେ ଉପକୃତ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031