Indus Valley Times

ଇରାନ୍ରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ: ୩ ମୃତ୍ୟୁ

 Breaking News

ଇରାନ୍ରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ: ୩ ମୃତ୍ୟୁ

ଇରାନ୍ରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ: ୩ ମୃତ୍ୟୁ
July 02
08:12 2022

ଦୁବାଇ,୨/୭: ଶୁକ୍ରବାର ରାତିରେ ଦକ୍ଷିଣ ଇରାନ୍ରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ରାଷ୍ଟ୍ରାୟତ ଟେଲିଭିଜନ୍ ରିପୋର୍ଟ କରିଛି।
ଇରାନ୍ର ଉପସାଗର ଉପକୂଳ ଅନ୍ତର୍ଗତ ହୋର୍ମୋଜ୍ଗାନ୍ ପ୍ରଦେଶର ଜରୁରୀକାଳୀନ ପରିଚାଳନା ମୁଖ୍ୟ ମେହଦାଦ୍ ହସନ୍ଜାଦେ ଟେଲିଭିଜନ୍କୁ କହିଛନ୍ତି, ଦୁଃଖର ବିଷୟ, ଏଯାବତ୍ ୩ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୮ଜଣ ଆହତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି।
ରିକ୍ଟର୍ ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୧ ଥିଲା ବୋଲି ଇରାନୀୟ ଗଣମାଧ୍ୟମ ରିପୋର୍ଟ କରିଥିବା ବେଳେ ତୀବ୍ରତା ୬.୦ ଥିଲା ବୋଲି ‘ୟୁରୋପିୟାନ୍ ମେଡିଟେରିୟାନ୍ ସେସ୍ମୋଲୋଜିକାଲ୍ ସେଣ୍ଟର୍’ (ଇଏମ୍ଏସ୍ସି) କହିଛି।
‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ମିଟେଓରୋଲୋଜି’ (ଏନ୍ସିଏମ୍) ସୂଚନା ଅନୁସାରେ, ରାତି ୧.୩୨ରେ ଦକ୍ଷିଣ ଇରାନ୍ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ଉତ୍ପତ୍ତି ହୋଇଥିଲା।
ଇରାନ୍ ଭୂଗର୍ଭରେ ଅଧିକାଂଶ ‘ଜିଓଲୋଜିକାଲ୍ ଫଲ୍ଟ୍’ ଛନ୍ଦିମନ୍ଦି ହୋଇ ରହିଥିବାରୁ ଗତ ଅଳ୍ପ କିଛି ବର୍ଷ ହେବ ଏଠାରେ କେତେଗୁଡ଼ିଏ ଭୟାବହ ଭୂମିକମ୍ପ ସଂଘଠିତ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031