Indus Valley Times

ଉତ୍ସାହର ସହ ପାଳିତ ହୋଇଛି ନୟାଗଡ ପିଟିଏସ୍ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ

 Breaking News

ଉତ୍ସାହର ସହ ପାଳିତ ହୋଇଛି ନୟାଗଡ ପିଟିଏସ୍ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ

ଉତ୍ସାହର ସହ ପାଳିତ ହୋଇଛି ନୟାଗଡ ପିଟିଏସ୍ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ
January 26
19:27 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୬/୧: ଉତ୍ସାହର ସହ ପାଳିତ ହୋଇଛି ନୟାଗଡ PTS ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ, ୭୪ ତମ ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ପରିଦର୍ଶନ ଉଦବୋଧନ ଏବଂ ଅଭିବାଦନ ଗ୍ରହଣ କରିଛନ୍ତି,ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଥିବା ଏହି ଉତ୍ସବରେ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ ବୃଦ୍ଧିଜୀବୀ, ସ୍ଵାଧୀନତା ସଂଗ୍ରାମୀ,ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସାଧାରଣ ଜନତା ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ ।
ମୁଖ୍ୟ ଅତିଥି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ,ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ସମ୍ମାନ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଏହି ଅବସରରେ ପଦ୍ମଶ୍ରୀ ପୁରସ୍କୃତ ସାବରମତୀ ଟିକି ଅପା ଏବଂ ଭାରଉତ୍ତଳନ କାରୀ ନୟାଗଡ଼ର ଝିଅ ଝିଲି ଦଳବେହରାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ।
ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ସାବରମତୀ ଏବଂ ଝିଲିଙ୍କୁ ସମ୍ବୋଧିତ କରିଥିଲେ । ଉତ୍ସବକୁ ଆକର୍ଷଣ କରିଥିଲା ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ୟାରେଡ଼ ଏବଂ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ, ଏହାଛଡା ବିଭାଗ ସରକାରୀ ବିଭାଗ ଦ୍ଵାରା ପ୍ରଦର୍ଶନ ହୋଇଥିବା ୫ ଟି ସଚେତନତା ମୂଳକ ପଜ୍ଞାପନ ମେଢ଼ ଉତ୍ସଵକୁ ଅଧିକ ଆକର୍ଷଣ କରିଥିଲା ।
କୋଭିଡ ପାଇଁ ଦୁଇ ବର୍ଷ ହେଲା ସଂସ୍କୃତିକ କାର୍ଯ୍ୟକ୍ରମ ,ଏବଂ ପ୍ୟାରେଡ଼ ,ପଜ୍ଞାପନ ମେଢ଼ ପ୍ରଦର୍ଶନ ବନ୍ଦ ରହିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031