Indus Valley Times

ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଲୋଚନା ଚକ୍ର

 Breaking News

ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଲୋଚନା ଚକ୍ର

ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଲୋଚନା ଚକ୍ର
February 01
23:27 2023

By Kambhudhar Kheti
ବୌଦ୍ଧ, ୧।୨: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଜି ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯିବା ସହ” ଜଙ୍ଗଲ ସୁରକ୍ଷା ଓ ପରିଚାଳନା” ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ନୂତନ ଛାତ୍ର ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଲଗାଇ ଶେଷ ବର୍ଷ ଛାତ୍ରୀ ମାନେ ସ୍ଵାଗତ କରିଥିଲେ ଏବଂ ପରିଚୟ ପର୍ବ କରାଯାଇଥିଲା ।
ତାପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବରେ ବୌଦ୍ଧ ବନ ଖଣ୍ଡ ଅଧିକାରୀ ସତ୍ୟ ପ୍ରିୟ କକ୍ଷମ୍ପ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ତାର ପରିଚାଳନା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ବହୁ ତଥ୍ୟ ପ୍ରଦାନ କରିବା ସହ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ । ବୌଦ୍ଧ ର ଜଙ୍ଗଲ ସୁରକ୍ଷା ରେ ଉଦ୍ଭିଦ ବିଜ୍ଞାନ ଛାତ୍ର ମାନଙ୍କର ସହଯୋଗ କାମନା କରିଥିଲେ ।
ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵ ରେ ଅୟୋଜିତ ଏହି ସଭାରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ପ୍ରବିର କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ “ଜଙ୍ଗଲ ଆମ ଜୀବନ” ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ପରିସରରେ ସ୍ରୁଷ୍ଟି କରାଯାଇଥିବା ଛୋଟ ଜଙ୍ଗଲ ଏବଂ ଔଷଧ ଉଦ୍ୟାନ ଉପରେ ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର, ରୋଶନ ମହାପାତ୍ର, ଶାନ୍ତନୁ ପଢ଼ିହାରୀ ଏଥିରେ ଯୋଗଦେଇ ନବାଗତ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ କ୍ଷ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିଲେ ।
ଶ୍ରେଷ୍ଠ ନବାଗତ ଛାତ୍ର ଭାବରେ ଏବଂ ଶ୍ରେଷ୍ଠ ନବାଗତ ଛାତ୍ରୀ ଭାବରେ ପ୍ରଜ୍ଞା ପ୍ରଯୋଜିତା ମିଶ୍ର ଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପିକା ଅମ୍ରିତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡେମୋନଷ୍ଟ୍ରେଟର ମୋନାଲିସା ଆତ୍ମଦର୍ଶିନୀ , ଛାତ୍ର ସୌରଭ ପ୍ରଧାନ , ପାର୍ଥ ସାରଥି ମିଶ୍ର, ତନୁସକ୍ଷ ମହାକୁଡ଼ ଏଥିରେ ବହୁ ସହଯୋଗ କରିଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031