Indus Valley Times

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍: ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ଉପରେ ଫୋକସ୍

 Breaking News

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍: ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ଉପରେ ଫୋକସ୍

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍: ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ଉପରେ ଫୋକସ୍
July 23
12:50 2024

ନୂଆଦିଲ୍ଲୀ, ୨୩/୭ : ଦେଶରେ ଉଦ୍ୟମିତାକୁ ପ୍ରେତ୍ସାହିତ କରିବା ଓ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ୩ଟି ସ୍କିମ ଘୋଷଣା କରିଛନ୍ତି ।
ରୋଜଗାର ସୃଷ୍ଟି କରୁଥିବା ଉଦ୍ୟୋଗମାନଙ୍କୁ ପ୍ରେତ୍ସାହନ ଦେବାକୁ ସରକାର ୩ଟି ସ୍କିମ ଘୋଷଣା କରିଛନ୍ତି । ପ୍ରଥମ ସ୍କିମଟି ହେଉଛି ପ୍ରଥମ ଥର ପାଇଁ ଜଣେ ପେସାଦାର (ଫ୍ରେସର)ଙ୍କ ନିଯୁକ୍ତି ଦେଲେ ପ୍ରଥମ ମାସର ଦରମା ସହାୟତା ସରକାରଙ୍କ ପକ୍ଷରୁ ମିଳିବ ।
ତେବେ ଇପିଏଫଓରେ ପଂଜୀକରଣ ଅନୁସାରେ ଏହି ସହାୟତା ମିଳିବ । ୨ୟ ସ୍କିମଟି ହେଉଛି ମାନୁଫାକଚରିଂ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ୩ୟ ସ୍କିମଟି ହେଉଛି ନିଯୁକ୍ତିଦାତାମାନଙ୍କୁ ସହାୟତା କରାଯିବ ।
ନିଯୁକ୍ତି ଓ ଦକ୍ଷତା ବିକାଶ ସରକାରଙ୍କ ୯ଟି ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ଏହା ଅଧୀନରେ ପ୍ରଥମ ଥର ପାଇଁ କାମ କରୁଥିବା କର୍ମଚାରୀଙ୍କୁ ବହୁତ ସାହାଯ୍ୟ ମିଳିବ । ସଂଗଠିତ କ୍ଷେତ୍ରରେ ପ୍ରଥମ ଥର ପାଇଁ ଚାକିରି ଆରମ୍ଭ କରିଥିବା ବ୍ୟକ୍ତିଙ୍କୁ ଏକ ମାସର ଦରମା ଦିଆଯିବ। ଏହି ଦରମା ଡିବିଟି ମାଧ୍ୟମରେ ତିନୋଟି କିସ୍ତିରେ ପ୍ରଦାନ କରାଯିବ ।
ଏହାର ସର୍ବାଧିକ ପରିମାଣ ୧୫ ହଜାର ଟଙ୍କା ହେବ। ଯେଉଁମାନେ ଇପିଏଫଓରେ ପଞ୍ଜୀକୃତ ହେବେ ସେମାନଙ୍କୁ ଏହି ସହାୟତା ମିଳିବ । ଏହା ସହିତ ପିଏଫର ଗୋଟିଏ ମାସର ଯୋଗଦାନ ବି ସରକାର ଦେବେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30