Indus Valley Times

ଋଷିକୂଲ୍ୟା ନଦୀରେ ଭାସିଗଲା ବଡ଼ ଭାଇ,ସାନ ଉଦ୍ଧାର

 Breaking News

ଋଷିକୂଲ୍ୟା ନଦୀରେ ଭାସିଗଲା ବଡ଼ ଭାଇ,ସାନ ଉଦ୍ଧାର

ଋଷିକୂଲ୍ୟା ନଦୀରେ ଭାସିଗଲା ବଡ଼ ଭାଇ,ସାନ ଉଦ୍ଧାର
October 25
11:31 2022

ପୁରୁଷୋତ୍ତମପୁର,୨୫/୧୦: ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ଜଣ ନାବାଳକ । ଏଭଳି ଦୁଃଖଦ ଘଟଣା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଗ୍ରାମରେ ଘଟିଛି । ଘଟଣାସ୍ଥଳ ଅଗ୍ନିଶମ ବାହିନୀ ପହଞ୍ଚି ଥିବା ବେଳେ ନିଖୋଜ ୨ପିଲାଙ୍କୁ ଖୋଜା ଖୋଜି ଆରମ୍ଭ କରିଛି ।
ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ପହଞ୍ଚିଥିବା ସୂଚନା ମିଳିଛି । ପାଣିରେ ବୁଡି ନିଖୋଜ ୨ ଜଣ ପିଲାଙ୍କ ମଧ୍ୟରୁ ଜଣେ ୧୦ ବର୍ଷର କାହ୍ନୁ ମହାନ୍ତି ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ପିଲାର ପରିଚୟ ମିଳିପାରିନାହିଁ ।
ସୂଚନା ଅନୁଯାୟୀ, ଆଜି ସକାଳେ ୨ ଜଣ ନାବାଳକ ଋଷିକୁଲ୍ୟା ନଦୀରେ ଗାଧୋଇବାକୁ ଆସିଥିଲେ । ତେବେ ଗାଧୋଇବା ବେଳେ ନଦୀ ସୁଅରେ ଭାସିଯାଇଥିବା ଜଣାପଡିବା ପରେ ଗ୍ରାମବାସୀ ଅଗ୍ନିଶମ ଟିମ୍କୁ ସୂଚନା ଦେଇଥିଲେ ।
ଘଟଣାସ୍ଥଳରେ ଉଦ୍ଧାର କାରୀ ଟିମ୍ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031