Indus Valley Times

ଏକକାଳୀନ ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ, ୟୁଜିସି ନେଲା ନିଷ୍ପତ୍ତି

 Breaking News

ଏକକାଳୀନ ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ, ୟୁଜିସି ନେଲା ନିଷ୍ପତ୍ତି

ଏକକାଳୀନ ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ, ୟୁଜିସି ନେଲା ନିଷ୍ପତ୍ତି
April 12
19:54 2022

ନୂଆଦିଲ୍ଲୀ, ୧୨/୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଛାତ୍ରଛାତ୍ରୀ ଏବେ ଏକ ସଙ୍ଗରେ ୨ଟି ଫୁଲଟାଇମ୍ ଡିଗ୍ରି କରିପାରିବେ।
ୟୁଜିସି ଅଧ୍ୟକ୍ଷ ଜଗଦ୍ଦୀଶ କୁମାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏ ବାବଦେ ଖୁବ ଶୀଘ୍ର ଗୋଟିଏ ବିଶ୍ୱବିଦ୍ୟାଳୟ ଅଥବା ଅଲଗା ଅଲଗା ବିଶ୍ୱବିଦ୍ୟାଳୟରେ ଏକ ସଙ୍ଗରେ ଦୁଇଟି ଫୁଲଟାଇମ ଡିଗ୍ରି ପଢିବାକୁ ୟୁଜିସି ଅନୁମତି ଦେବେ।
ଉଲ୍ଲେଖଯୋଗ୍ୟ ଯେ ୟୁଜିସି ଅଧ୍ୟକ୍ଷ ଏକ ବୈଠକରେ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ଆୟୋଗ ମାର୍ଚ୍ଚ ୩୧ ତାରିଖ ଦିନ ଏ ନେଇ ଏକ ବୈଠକ କରିଥିଲେ।
ଏଥିରେ ଏ ନେଇ ବିସ୍ତୃତ ଆଲୋଚନା କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସମୟରେ ୨ ପୃଥକ ଶୈକ୍ଷଣିକ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଲାଗି ସୁଯୋଗ ଦେବା ନିମନ୍ତେ ଗାଇଡ ଲାଇନ ଜାରି ଲାଗି ରଣନୀତି ଚୂଡ଼ାନ୍ତ କରିଥିଲେ। ଏହି ନିଷ୍ପତ୍ତି ଜାତୀୟ ଶିକ୍ଷାନୀତି -୨୦୨୦ ଅନୁରୂପ ବୋଲି ଜଗଦ୍ଦୀଶ କୁମାର କହିଛନ୍ତି।
ଉଚ୍ଚଶିକ୍ଷା ପ୍ରଣାଳୀରେ ପରିବର୍ତ୍ତନ ଲାଗି ଆଜି କାଲି ୟୁଜିସି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଏହା ପୂର୍ବରୁ ୟୁଜିସି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଏନଟିଏଙ୍କ ସହ ମିଶି କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ , ସିୟୁଇଟି ମଧ୍ୟ ଲାଗୁ କରିଥିଲେ।
ଏବେ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରବେଶ ଲାଗି ସିୟୁଇଟି ପରୀକ୍ଷା ପାସ କରିବାକୁ ହେବ। ଏହି ନିୟମ ପୁରା ଦେଶରେ କାର‌୍ୟ୍ୟକାରୀ ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031