Indus Valley Times

ଏକାମ୍ର ପ୍ରକଳ୍ପ ନେଇ ଶାସକ-ବିରୋଧୀ ମୁହାଁମୁହିଁ ; ବିଜେପି କହିଲା- ଲୋକଙ୍କୁ ଅନ୍ଧାରରେ ରଖିଥିଲେ ପୂର୍ବ ସରକାର, ବିଜେଡି ରଖିଲା ଜବାବ

 Breaking News

June 27
17:33 2024

ଭୁବନେଶ୍ୱର, ୨୭/୬: ଏକାମ୍ର ପ୍ରକଳ୍ପ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି। ପ୍ରକଳ୍ପର ସମୀକ୍ଷା ବିଧାୟକ ବାବୁ ସିଂ କରିଛନ୍ତି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଧାୟକ ବାବୁ ସିଂ ଓ ବିଜେପିର ଏକ ଟିମ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବଦେଉଥିବା ବେଳେ, ପୂର୍ବ ସରକାର କଳା ପାହାଡ଼ ସାଜି ମଠ ମନ୍ଦିରକୁ ମାଟିରେ ମିଶେଇ ଦେଇଥିବା ବାବୁ ସିଂ କହିଛନ୍ତି ।
ଏକାମ୍ର ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ଆଖିଦୃଶିଆ କାମ ହୋଇ ନ ଥିବା ଏକାମ୍ର ବିଧାୟକ କହିଛନ୍ତି । ଆମ ସରକାର ତୁରନ୍ତ ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଶୀଘ୍ର କାମ ସାରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଆଗାମୀ ପୀଢିଙ୍କ ଏକାମ୍ରର ଐତିହ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଏକାମ୍ରରେ ବହୁ ପୁରୁଣା ମନ୍ଦିର ରହିଥିଲା। ସେସବୁକୁ ନଷ୍ଟ କରା ଯାଇଛି।
ସେହିପରି ସମୀର ମହାନ୍ତି କହିଛନ୍ତି ପ୍ରକଳ୍ପ ନେଇ ଲୋକଙ୍କୁ ପୂର୍ବ ସରକାର ଅନ୍ଧାରରେ ରଖିଥିଲେ । ସେମାନେ କଳାପାହାଡ଼ ସାଜି ମନ୍ଦିର, ମଠ,ଐତିହ୍ୟ ଭଙ୍ଗାରୁଜା କରିଛନ୍ତି। ପ୍ରକଳ୍ପରେ ଜମିଅଧିଗ୍ରହଣ ସମସ୍ୟା ରହିଛି। ତେବେ ଏବେ କାମ ଆଗେଇବ ବୋଲି ସମୀର ମହାନ୍ତି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031