Indus Valley Times

ଏକ କୋଟି ଠକେଇ ମାମଲାରେ ବନ୍ଧାହେଲେ ଆଇଡିବିଆଇ ବ୍ୟାଙ୍କ ମ୍ୟାନେଜର

 Breaking News

ଏକ କୋଟି ଠକେଇ ମାମଲାରେ ବନ୍ଧାହେଲେ ଆଇଡିବିଆଇ ବ୍ୟାଙ୍କ ମ୍ୟାନେଜର

December 19
20:13 2023

ନବରଙ୍ଗପୁର,୧୯/୧୨: ସ୍ଥାନୀୟ ଇଣ୍ଡଷ୍ଟ୍ରିଆଲ ଡଭ୍ଲପ୍ମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ବ୍ୟାଙ୍କ ଶାଖାରୁ ୧ କୋଟି ଟଙ୍କା ହଡପ ମାମଲାର ଫର୍ଦ୍ଦାଫାସ କରିଛି ପୁଲିସ। ମ୍ୟାନେଜର ଅଞ୍ଜନ କୁମାର ଶତପଥୀଙ୍କୁ ଗିରଫ କରିଛି ପୁଲିସ।
ବ୍ୟାଙ୍କ ମେନେଜର ନିଜ ପଦବିର ଅପବ୍ୟବହାର କରି ବ୍ୟକ୍ତିଗତ ଋଣ ପରିଶୋଧ ପାଇଁ ବ୍ୟାଙ୍କରୁ କୋଟିଏ ଟଙ୍କା ହଡ଼ପ କରିଛନ୍ତି ବ୍ୟାଙ୍କ ମ୍ୟାନେଜର। ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି ନବରଙ୍ଗପୁର ଥାନା ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଆଇଆଇସି ସମ୍ବିତ କୁମାର ବେହେରା।
ପୁଲିସ ପକ୍ଷରୁ କୁହାଯାଇଛି ବ୍ୟାଙ୍କ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଦେଢ଼ ବର୍ଷ ହେବ ଏହି ଶାଖାରେ ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି। ସେ ଏହି ପଦବିର ଅପବ୍ୟହାର କରି ଏହି ଟଙ୍କା ହଡ଼ପ କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ହେବ ବ୍ୟାଙ୍କରୁ ଟଙ୍କା ନେଇ ଚାଲିଛନ୍ତି।
ତାଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ବ୍ରହ୍ମପୁରର କିଛି ବ୍ୟକ୍ତି ପାଖରୁ ଚଢ଼ା ସୁଧରେ ଋଣ ନେଇ ବିଭିନ୍ନ ସେୟାର ବଜାରେ ଏହି ଟଙ୍କାକୁ ଇନଭେଷ୍ଟମେଣ୍ଟ କରିବା ପାଇଁ କହି ଋଣ ନେଇଥିଲେ। ତେବେ ସେ ରୂଣ ସୁଝି ପାରିନଥିଲେ। ବ୍ୟାଙ୍କରୁ ଟଙ୍କା ନେଇ ଋଣ କରିଥିବା ବ୍ୟକ୍ତିଙ୍କୁ ପରିଶୋଧ କରିଥିଲେ।
ସାଧାରଣତଃ ବ୍ୟାଙ୍କରେ ଯାହା ଟଙ୍କା ଆସିବ ବ୍ୟାଙ୍କର କେସ୍ ଭୋଲଟରେ ରଖିବାର ନିୟମ ରହିଛି। ଉକ୍ତ ଭୋଲଟରୁ ଟଙ୍କାକୁ ଏସବିଆଇ ଆକାଉଣ୍ଟରେ ଜମା କରିବାର ନିୟମ ରହିଥିବା ବେଳେ ବ୍ୟାଙ୍କର କେସିୟାରକୁ ନିଜର କ୍ଷମତାର ପ୍ରଭାବ ଦେଖାଇ ତାଙ୍କ ପାଖରେ ଟଙ୍କା ଅଛି କହି କିଛି ଲୋକଙ୍କ ଆକାଉଣ୍ଟକୁ ପୋଷ୍ଟିଂ କରିବା ପାଇଁ କହିଥିଲେ। ଏହିପରି ଭାବେ ପ୍ରାୟ ୮ ଜଣଙ୍କ ଆକାଉଣ୍ଟକୁ ୬୩ ଲକ୍ଷ ପୋଷ୍ଟିଂ କରିଥିଲେ। ବଳକା ୩୭ ଲକ୍ଷ ଭୋଲଟ କେସ୍ ରୁ ଏସବିଆଇ ଆକାଉଣ୍ଟରେ ଡିପୋଜିଟ୍ କରିବି କହି ବିଭିନ୍ନ ଆଳ ଦେଖାଇ ଡିପୋଜିଟ୍ କରୁନଥିଲେ। ଉକ୍ତ ଟଙ୍କାକୁ ଡିପୋଜିଟ୍ ନକରି ନିଜେ ନେଇ ଯାଇଥିଲେ। ବିଭିନ୍ନ ସମୟରେ କେସିୟାରକୁ ଚାପ ପକାଉଥିଲେ।
ତେବେ ଡିସେମ୍ବର ମାସ ରେ ସେ ଛୁଟିରେ ଯିବା ପରେ ସବୁକିଛି ପ୍ରଘଟ ହୋଇଥିଲା। ଯେଉଁ ମ୍ୟାନେଜର ଚାର୍ଜ ରେ ରହିଥିଲେ ତାଙ୍କୁ ପୂରା ଚାର୍ଜ ନଦେଇ ହଡପ ସଂକ୍ରାନ୍ତରେ ପଦା ପଡ଼ିଯିବ ଭୟରେ ଉପଭୋକ୍ତାଙ୍କୁ ଟଙ୍କା ନେଦେବା ପାଇଁ ଚାପ ପକାଉଥିଲେ।
ଉକ୍ତ ମ୍ୟାନେଜରକୁ ସନ୍ଦେହ ହେବାରୁ ସେ ଷ୍ଟାଫମାନଙ୍କ ଦ୍ବାରା ବ୍ୟାଙ୍କର ଭୋଲଟ ଓ ଏସବିଆଇ ଆକାଉଣ୍ଟକୁ ଯାଞ୍ଚ କରିବା ପରେ ଏ ନେଇ ଉପେରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଗତ ୧୫ ତାରିଖ ଦିନ ବ୍ରହ୍ମପୁରରୁ ଆଞ୍ଚଳିକ ମୁଖ୍ୟ ସ୍ବରୂପ ଦତ୍ତ ଆସି ତଦନ୍ତ କରିଥିଲେ। ତଦନ୍ତ ବେଳେ ପ୍ରାୟ ୧ କୋଟି ଟଙ୍କା ବ୍ୟାଙ୍କରୁ ହଡପ ନେଇ ଜଣାପଡିବା ପରେ ଏ ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ଆଜି ପୁଲିସ ପକ୍ଷରୁ ଶାଖା ପରିଚାଳକ ଅଞ୍ଜନ କୁମାର ଶତପଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031