Indus Valley Times

ଏଚ୩ଏନ୨କୁ ଡରିବାର ନାହିଁ : ବିଶେଷଜ୍ଞଙ୍କ ମତ

 Breaking News

ଏଚ୩ଏନ୨କୁ ଡରିବାର ନାହିଁ : ବିଶେଷଜ୍ଞଙ୍କ ମତ

ଏଚ୩ଏନ୨କୁ ଡରିବାର ନାହିଁ : ବିଶେଷଜ୍ଞଙ୍କ ମତ
March 16
17:23 2023

ଭୁବନେଶ୍ୱର,୧୬/୩: ରାଜ୍ୟରେ ଏଚ୍୩ଏନ୍୨ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଲେଣି। ଏଚ୍୩ଏନ୍୨ ସଂକ୍ରମିତଙ୍କଠାରେ କରୋନା ଭଳି ଲକ୍ଷଣ ଦେଖା ଦେଉଥିଲେ ବି ଏହାକୁ ନେଇ ଚିନ୍ତା କରିବା ଆବଶ୍ୟକତା ନାହିଁ ବୋଲି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି।
ସ୍କୁଲ ପିଲାଙ୍କ ମଧ୍ୟରେ ଏହା ଅଧିକ ବ୍ୟାପୁଥିବାରୁ ବାହାର ରାଜ୍ୟରେ ସ୍କୁଲ ବନ୍ଦ ଭଳି ସ୍ଥିତି ଉପୁଜିଛି। ହେଲେ ଆମ ରାଜ୍ୟ ଓଡ଼ିଶାରେ ସେଭଳି ଆତଙ୍କିତ ହେବା ଭଳି ସ୍ଥିତି ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ଏଥିରେ ସଂକ୍ରମତି ହେଲେ ୭ଦିନ ମଧ୍ୟରେ ବିନା ଔଷଧରେ ବି ପିଲା ସୁସ୍ଥ ହୋଇପାରିବେ। ଏହାକୁ ନେଇ ଚିନ୍ତା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଏଚ୩ଏନ୨ କୁ ଭୟ କରିବାର ନାହିଁ ବୋଲି ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଏହା ସାଧାରଣ ଫ୍ଲୁ ଭଳି। ଏହା ବି ଗୋଟେ ଫ୍ଲୁ। ତେବେ ବୟସ୍କ ଓ ଶିଶୁମାନେ ଏନେଇ ସତର୍କ ରହିବାକୁ ପଡ଼ିବ। ଏହାଛଡ଼ା ଯେଉଁ କୋଭିଡ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଇଛି, ସେମାନେ ବି ସତର୍କ ରହିବା ଦରକାର। କାହାର କାଶ ହେଉଥିଲେ, ତାଙ୍କ ନିକଟରୁ ଦୂରେଇ ରହିବା ଉଚିତ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031