Indus Valley Times

ଏଥର ପୁଣି ବୌଦ୍ଧରୁ ପ୍ରଦିପ ଅମାତ ଓ କଣ୍ଟାମାଳରୁ ମହିଧର ରଣା ବିଜେଡି ଦଳପକ୍ଷରୁ ପ୍ରାର୍ଥୀ ଘୋଷଣା

 Breaking News

ଏଥର ପୁଣି ବୌଦ୍ଧରୁ ପ୍ରଦିପ ଅମାତ ଓ କଣ୍ଟାମାଳରୁ ମହିଧର ରଣା ବିଜେଡି ଦଳପକ୍ଷରୁ ପ୍ରାର୍ଥୀ ଘୋଷଣା

ଏଥର ପୁଣି ବୌଦ୍ଧରୁ ପ୍ରଦିପ ଅମାତ ଓ କଣ୍ଟାମାଳରୁ ମହିଧର ରଣା ବିଜେଡି ଦଳପକ୍ଷରୁ ପ୍ରାର୍ଥୀ ଘୋଷଣା
March 30
15:03 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୩ : ସାଧାରଣ ନିର୍ବାଚନକୁ ନେଇ ବିଗୁଲ ବାଜି ସାରିଥିବା ବେଳେ ରାଜନୈତିକ ଦଳ ଗୁଡିକ ସେମାନଙ୍କ ରଣନିତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ରାଜ୍ୟରେ କ୍ଷମତାସୀନ ଥିବା ବିଜୁ ଜନତାଦଳ ଆଜି ତାର ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିର ପୁଣି ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ ମହିଧର ରଣାଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏହି ଦୁଇ ଆସନରୁ ବିଜେଡି ପୁଣିଥରେ ପୁରୁଣା ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ସେମାନଙ୍କ ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।
ସେମାନଙ୍କ ସମର୍ଥକମାନେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଥିବା ବେଳେ ସେପଟେ ଆଶାୟୀ ଥିବା ନେତାଙ୍କ ଶିବିରରେ ନୈରାଶ୍ୟ ଦେଖାଦେଇଛି । ଆଶାୟୀ ତାଲିକାରେ ଥିବା ନେତା ଏବେ ସେମାନଙ୍କର ଆଭିମୁଖ୍ୟ ଆଗକୁ କଣ ରହିବ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଉଭୟ ଟିକଟ ପାଇଥିବା ନେତା ଆଶାୟୀଙ୍କୁ ମନାଇବାକୁ ଉଦ୍ୟମ କରିବେ ନା ସେମାନଙ୍କ ସହିତ ସଂପର୍କ ଛିନ୍ନ କରିବେ ତାକୁ ଦେଖିବାକୁ ବାକି ରହିଲା ।
ଏପରିସ୍ଥଳେ ଆଶାୟୀ ନେତା ଦଳ ବିରୁଦ୍ଧରେ ଯାଇ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବେ ନା ବିରୋଧିଙ୍କୁ ସହଯୋଗ କରିବେ ତାହାକୁ ନେଇ ଆଲୋଚନା ଯୋର ଧରିଛି । ବୌଦ୍ଧ ନିର୍ବାଚନ ମଣ୍ଡଳି ରୁ ଶ୍ରୀ ଅମାତ ଷଷ୍ଠଥର ପାଇଁ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରୁ ମହିଧର ରଣା ତୃତୀୟ ଥର ପାଇଁ ନିର୍ବାଚନ ଲଢିବେ । ବୌଦ୍ଧ ନିର୍ବାଚନ ମଣ୍ଡଳିରୁ ଶ୍ରୀ ଅମାତ ୨୦୦୦ ମସିହାରୁ ଜିତି ଆସୁଥିବା ବେଳେ ୨୦୧୯ ନିର୍ବାଚନରେ ସେ ୧୦୪୪୮ ଭୋଟରେ ବିଜୟୀ ହୋଇଥିଲେ ।
ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳିରୁ ଶ୍ରୀ ରଣା ୨୦୧୪ରୁ ଲଗାତାର ଭାବରେ ଜିତି ଆସୁଥିବା ବେଳେ ଗତ ୨୦୧୯ ନିର୍ବାଚନରେ ସେ ୩୬୫୦ ଅଧିକ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ପ୍ରଥମ ଦଳ ଭାବରେ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ବିଜେପି ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ତାଲିକା କେବେ ଘୋଷଣା କରୁଛି ଓ କେଉଁ ନେତାଙ୍କ ନାମ ଘୋଷଣା କରାଯାଉଛି ତାହାକୁ ଜିଲ୍ଲାବାସୀ ଅପେକ୍ଷା କରି ରହିଛନ୍ତି । ଉଭୟ ନିର୍ବାଚନ ମଣ୍ଡଳି ବିଜେଡି ଗଡ ଭାବରେ ପରିଚିତ ହୋଇଥିବା ବେଳେ ଏଥର ବିରୋଧି ଦଳ କି ରଣକୈଶଳ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ ତାହାକୁ ଦେଖିବା ବାକି ରହିଲା ।
ପେଞ୍ଜାବାଲି ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ବୌଦ୍ଧ,୩୦/୩ ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପେଞ୍ଜାବାଲି ଜଙ୍ଗଲରୁ ବୌଦ୍ଧ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏନେଇ ବୌଦ୍ଧ ଆଦର୍ଶଥାନା ଠାରେ ଗତ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ ପ୍ରସାଦ ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ପେଞ୍ଜାବାଲି ଜଙ୍ଗଲରେ ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ରଖାଯାଇଥିବା ପୁଲିସ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଏସଡିପିଓ କୁଲଦୀପ ମୀନାଙ୍କ ନେତୃତ୍ୱରେ ବୌଦ୍ଧ ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା ।
ସୂଚନାକୁ ଆଧାର କରି ପୁଲିସ ପେଞ୍ଜାବାଲି ଜଙ୍ଗଲରୁ ଜରି ବସ୍ତା ରେ ଭର୍ତ୍ତି ହୋଇଥିବା ୧୦୭୮ କିଲୋ ଗଞ୍ଜେଇ ଜବତ କରିଥିଲେ ମଧ୍ୟ କୌଣସି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରି ନଥିଲା । ବୌଦ୍ଧଥାନା କେସ ନମ୍ବର ୧୩୯/୨୪ ରେ ମାମଲା ରୁଜୁ କରି ପୁଲିସ ଗଂଜେଇ ଚାଲାଣକାରୀଙ୍କ ସଂପର୍କରେ ତଦନ୍ତ ଆରମ୍ଭ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ କୁଲଦୀପ ମିନା,ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନି ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031