Indus Valley Times

ଏଥର ବି ପଞ୍ଚକରେ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ପୀଠ ମନା

 Breaking News

ଏଥର ବି ପଞ୍ଚକରେ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ପୀଠ ମନା

November 01
15:52 2022

କଟକ,୧/୧୧: ଆଠଗଡ ପୀଠରେ ଜାରି ହୋଇଛି ୧୪୪ ଧାରା । ଏହାକୁ ଦୃଷ୍ଟିରେ ରଖି ଏବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ଧବଳେଶ୍ୱର ପୀଠକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି । ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ ।
ସୂଚନା ଥାଉକି ମଙ୍ଗଳବାର ଧବଳେଶ୍ୱର ପୀଠରେ ଜାରି ହୋଇଥିଲା ୧୪୪ ଧାରା । ଝୁଲାପୋଲ ମରାମତି ପାଇଁ ଜାରି ହୋଇଥିଲା ୧୪୪ ଧାରା । ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଜାରି ହୋଇଥିଲା କଟକଣା ।
ଗୁଜରାଟ ମୋର୍ବିରେ ଝୁଲା ପୋଲ ଟ୍ରାଜେଡି ପରେ ପ୍ରଶାସନ ତପ୍ତର ହୋଇ ଉଠିଥିଲା । ଏହାସହ ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ନେଇଥିଲା ପ୍ରଶାସନ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031