Indus Valley Times

ଏବେ ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ: ବାରିପଦା ସଦର ଥାନାର ମଞ୍ଚାବନ୍ଧା ଏସ୍ଆର୍ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍

 Breaking News

ଏବେ ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ: ବାରିପଦା ସଦର ଥାନାର ମଞ୍ଚାବନ୍ଧା ଏସ୍ଆର୍ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍

ଏବେ ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ: ବାରିପଦା ସଦର ଥାନାର ମଞ୍ଚାବନ୍ଧା ଏସ୍ଆର୍ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍
November 16
15:43 2021

ବାରିପଦା,୧୬/୧୧: ଏବେ ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ। ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍। ବାରିପଦା ସଦର ଥାନାର ମଞ୍ଚାବନ୍ଧା ଏସ୍ଆର୍ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ ପମ୍ପରୁ ଗତ ରାତିରେ ଲୁଟ୍ ହୋଇଛି। ୩ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ଲୁଟି ନେଇଛନ୍ତି।
ସୂଚନା ମୁତାବକ, ଗତରାତିରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ତେଲ ପକାଇଥିଲେ। ତା ପରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପର କର୍ମଚାରୀଙ୍କଠାରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି। ଏକ ନିର୍ଦ୍ଦିଷ୍ଟ ଗାଁର ଯୁବକ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି।
ଲୁଟେରାମାନେ ବାରିପଦା ଆଡୁ ଆସି ବାଲେଶ୍ୱର ଆଡ଼କୁ ପଳାଇଥିଲେ। ତେବେ ଏହି ଘଟଣା ଜିଲ୍ଲାରେ ସମାନ ପ୍ରକାର ଢଙ୍ଗରେ ବାରମ୍ବାର ଘଟୁଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ଭୟଭୀତ ଥିବା ସୂଚନା ଦେଇଛନ୍ତି। ୧୦ ଦିନ ଭିତରେ ରାଇରଙ୍ଗପୁର ନୀଳମାଧବ ପେଟ୍ରୋଲ ପମ୍ପ, ମାଣତ୍ରୀ ପେଟ୍ରୋଲ ପମ୍ପ, ଭୁବନେଶ୍ୱର ପେଟ୍ରୋଲ ପମ୍ପ ସହିତ ଗତକାଲି ପୁଣି ମଞ୍ଚାବନ୍ଧା ପେଟ୍ରୋଲ ପମ୍ପରୁ ଲୁଟ୍ ହେଲାଣି। ଲଗାତର ଭାବେ ୪ଟି ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିଲେ ମଧ୍ୟ ପୁଲିସ ଅପରାଧୀଙ୍କୁ ଧରିବାରେ ଏଯାଏଁ ସଫଳ ହୋଇନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031