Indus Valley Times

ଏଭଳି * ଷ୍ଟାର୍ ଚିହ୍ନ ଥିବା ନୋଟ୍ ଅସଲି ନା ନକଲି ? ଲୋକେ ଦ୍ୱନ୍ଦ୍ୱରେ ପଡ଼ିବା ପରେ ଆରବିଆଇ କହିଲା

 Breaking News

ଏଭଳି * ଷ୍ଟାର୍ ଚିହ୍ନ ଥିବା ନୋଟ୍ ଅସଲି ନା ନକଲି ? ଲୋକେ ଦ୍ୱନ୍ଦ୍ୱରେ ପଡ଼ିବା ପରେ ଆରବିଆଇ କହିଲା

ଏଭଳି * ଷ୍ଟାର୍ ଚିହ୍ନ ଥିବା ନୋଟ୍ ଅସଲି ନା ନକଲି ? ଲୋକେ ଦ୍ୱନ୍ଦ୍ୱରେ ପଡ଼ିବା ପରେ ଆରବିଆଇ କହିଲା
July 27
20:29 2023

ନୂଆଦିଲ୍ଲୀ,୨୭/୭: ଆପଣଙ୍କ ପାଖରେ ଥିବା ୫୦୦ ଟଙ୍କିଆ ନୋଟରେ ଯଦି ତାରକା ଚିହ୍ନ ଆଉ ଆପଣ ଚିନ୍ତାରେ ପଡିଯାଇଛନ୍ତି, ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ନୋଟରେ ଷ୍ଟାର ବା ତାରକା ଚିହ୍ନକୁ ନେଇ ଏବେ ଆରବିଆଇ ସ୍ପଷ୍ଟୀକରଣ ଦେଇଛି ।
ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଷ୍ଟାର ସଙ୍କେତ ଥିବା ବ୍ୟାଙ୍କ ନୋଟଗୁଡିକ ମଧ୍ୟ ଆଇନଗତ ଭାବରେ ବୈଧ । ଏହି ନୋଟଗୁଡିକ ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ପଷ୍ଟୀକରଣ ଦେଇଛି।
ଆରବିଆଇ କହିଛି ଯେ ଷ୍ଟାର ସଙ୍କେତ ଥିବା ବ୍ୟାଙ୍କ ନୋଟ, ଷ୍ଟାର ସଙ୍କେତ ନଥିବା ନୋଟ ପରି ବୈଧ । ଆରବିଆଇ କହିଛି ଯେ ବ୍ୟାଙ୍କ ନୋଟରେ ଥିବା କ୍ରମିକ ସଂଖ୍ୟା ମଧ୍ୟରେ ଷ୍ଟାର ସଙ୍କେତ ସୂଚାଉଛି ଯେ ଏହି ନମ୍ବରର ନୋଟ ଯଦି ନଷ୍ଟ ହୋଇଯାଇଥାଏ ତେବେ ଷ୍ଟାର ରହୁଛି ।
ଅର୍ଥାତ ଏହି ନମ୍ବରର ନୋଟ୍ ଖରାପ ହେବା ପରେ ଯଦି ନୋଟ୍ ପରିବର୍ତ୍ତନ କରାଯାଇଛି କିମ୍ବା ପୁନଃ ମୁଦ୍ରିତ ହୋଇଛି ତେବେ ଷ୍ଟାର ଚିହ୍ନ ରହିବ । ବାସ୍ତବରେ ଷ୍ଟାର ସଙ୍କେତ ସହିତ ବ୍ୟାଙ୍କ ନୋଟଗୁଡିକର ବୈଧତା ନେଇ ସୋସିଆଲ ମିଡିଆରେ ଆଲୋଚନା ପରେ ଆରବିଆଇ ଏହି ସ୍ପଷ୍ଟୀକରଣ ଦେଇଛି । ଆରବିଆଇ କହିଛି ଯେ ଷ୍ଟାର ସଙ୍କେତ ବ୍ୟାଙ୍କ ନୋଟର ନମ୍ବର ପ୍ୟାନେଲରେ ଅନ୍ତର୍ଭୁକ୍ତ ହୋଇଛି। ଏଗୁଡ଼ିକ ହେଉଛି ସେହି ନୋଟ୍ ଯାହା ନଷ୍ଟ ହୋଇଥିବାରୁ ପୁଣି ଛପାଯାଇଛି ।
ଆରବିଆଇ କହିଛି ଯେ ୨୦୦୬ ପର୍ଯ୍ୟନ୍ତ ଆରବିଆଇ ଦ୍ୱାରା ମୁଦ୍ରିତ ନୋଟଗୁଡିକ କ୍ରମିକ ସଂଖ୍ୟାରେ ଥିଲା । ନଷ୍ଟ ହୋଇଥିବା ନୋଟଗୁଡିକର ପୁନଃ ମୁଦ୍ରଣ ପାଇଁ ଷ୍ଟାର୍ ସିରିଜ୍ ସିଷ୍ଟମ୍ ଗ୍ରହଣ କରାଯାଇଥିଲା ।ଷ୍ଟାର୍ ସିରିଜ୍ ନୋଟ୍ ଗୁଡିକ ସାଧାରଣ ମୁଦ୍ରା ନୋଟ୍ ପରି ଆଇନଗତ ଭାବରେ ବୈଧ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031