Indus Valley Times

ଏମ୍ସ-ଭୁବନେଶ୍ୱର ତଥ୍ୟ: ବାସି ପଖାଳରେ ରହିଛି ରୋଗପ୍ରତିରୋଧକ ଶକ୍ତି

 Breaking News

ଏମ୍ସ-ଭୁବନେଶ୍ୱର ତଥ୍ୟ: ବାସି ପଖାଳରେ ରହିଛି ରୋଗପ୍ରତିରୋଧକ ଶକ୍ତି

ଏମ୍ସ-ଭୁବନେଶ୍ୱର ତଥ୍ୟ: ବାସି ପଖାଳରେ ରହିଛି ରୋଗପ୍ରତିରୋଧକ ଶକ୍ତି
July 08
17:45 2021

ଭୁବନେଶ୍ୱର,୮/୭ : ପଖାଳ ଖାଇଲେ ବୃଦ୍ଧି ପାଉଛି ରୋଗ ପ୍ରତିରୋଧକାରୀ ଶକ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି । ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ଆକର୍ଷଣ ପଖାଳର ତୋରାଣୀରେ ଥିବା ଫ୍ୟାଟି ଏସିଡ୍ ଅନେକ ଉପକାରୀ ବୋଲି ଜଣାପଡିଛି । ଏମ୍ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ପଖାଳ ଉପରେ ଏହି ଗବେଷଣା କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ପ୍ରକାରର ବାସି ପଖାଳ ଓ ତୋରାଣୀ ସଂଗ୍ରହ କରି ସେଗୁଡିକ ଉପରେ ଗବେଷଣା କରାଯାଇଥିଲା ।
ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ପଖାଳ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି । ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି । ପଖାଳରର ତୋରାଣୀରେ ଏସଇଏଫଏ ଉପାଦାନ ଥିବା ସହ ଲାକ୍ଟୋବାସିଲସ୍ ସଂକ୍ରମଣ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ । ବିଶେଷ କରି ଫୁସଫୁସ୍ ଓ ଅନ୍ତନଳୀ ସଂକ୍ରମଣ ବିରୋଧରେ ଭଲ କାମ ଦିଏ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ ।
ଖାଲି ସେତିକି ନୁହେଁ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ହିଁ କେବଳ ପଖାଳ ଭାତରେ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ ଶରୀରରେ ସ୍ଫୂର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର୍ର ସମସ୍ୟା ଥିଲେ, ତାହା ଦୂରେଇ ଯାଇଥାଏ । ୧୦୦ ଗ୍ରାମ ଭାତରେ ଆଇରନର ମାତ୍ରା ୩.୪ ମିଲିଗ୍ରାମ ଥାଏ। ଯଦି ଏଥିରେ ପାଣି ମିଶାଇ ଅତିକମରେ ୧୨ ଘଣ୍ଟା ଭିଜାଇ ରଖାଯାଏ, ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ ହୋଇ ଯାଇଥାଏ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031