Indus Valley Times

ଏମ୍‌କେସିଜି ହସ୍ପିଟାଲରେ ଲାଗିଲା ନିଆଁ, ସ୍ଥାନାନ୍ତର ହେଲେ ରୋଗୀ

 Breaking News

ଏମ୍‌କେସିଜି ହସ୍ପିଟାଲରେ ଲାଗିଲା ନିଆଁ, ସ୍ଥାନାନ୍ତର ହେଲେ ରୋଗୀ

August 26
16:30 2022

ବ୍ରହ୍ମପୁର, ୨୬/୮: ଏମକେସିଜିର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ତେବେ ନିଆଁ ଆୟତ୍ତାଧୀନ ବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ତେବେ ଏଥିରେ କିଛି ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା କୁହାଯାଉଛି। ଉପଯୁକ୍ତ ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିବା ଜଣାଯାଇଛି। ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ପୁଲିସ ଉପସ୍ଥିତିରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି।
ପ୍ରଥମେ ଧୂଆଁ ବାହାରିବା ଦେଖି ସୁରକ୍ଷା କର୍ମୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏମକେସିଜିର ଅଧୀକ୍ଷକ ଅଗ୍ନିଶମ ବାହିନୀକୁ ସୂଚନା ଦେବାମାତ୍ରେ ସେମାନେ ପହଞ୍ଚି ନିଆଁକୁ କାବୁ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031