Indus Valley Times

ଏସ୍‌ସିବିମେଡିକାଲରେ ଫ୍ୟାନ୍ ଖସି ଜଣେ ରୋଗୀଙ୍କ ମୃତ

 Breaking News

ଏସ୍‌ସିବିମେଡିକାଲରେ ଫ୍ୟାନ୍ ଖସି ଜଣେ ରୋଗୀଙ୍କ ମୃତ

ଏସ୍‌ସିବିମେଡିକାଲରେ ଫ୍ୟାନ୍ ଖସି ଜଣେ ରୋଗୀଙ୍କ ମୃତ
March 16
11:18 2021

କଟକ, ୧୬/୩ : କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଛାତରୁ ଫ୍ୟାନ୍ ଖସି ଗୁରୁତର ହୋଇପଡ଼ିଥିବା ମହିଳା ରୋଗୀ ଶେଷରେ ଆଖି ବୁଜିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟରୁ ସୂଚନା ମିଳିଛି।
ମୃତ ମହିଳାଙ୍କ ନାଁ ପାର୍ବତୀ ଦାସ। ତାଙ୍କୁ ୭୫ ବର୍ଷ ହୋଇଥିଲା। ସେ ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳର ବାସିନ୍ଦା ଥିଲେ। ଖବର ଅନୁଯାୟୀ, ଗତ ୮ ତାରିଖ ଦିନ କଟକ ଏସ୍‌ସିବି ମେଡିକାଲରେ ଅଘଟଣ ଘଟିଥିଲା ।  ତେବେ ଏହି ସମୟରେ କଟକ ବଡ ମେଡିକାଲର ସର୍ଜରୀ ବିଭାଗର ୨ ମହଲାରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କ ଉପରେ ଫ୍ୟାନ୍ ଖସିପଡିଛି । ଫ୍ୟାନ୍ ଚାଲୁଥିବା ସମୟରେ ଖସିପଡିଥିଲା । ଯାହାଫଳରେ ମହିଳା ରୋଗୀ ଜଣଙ୍କ ଗୁରୁତର ହୋଇଥିଲା । ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଉକ୍ତ ମହିଳାଙ୍କର ମୃତ୍ୟୁ ହୋଇଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031