Indus Valley Times

ଏହା ଏକ ଲୋକାଭିମୁଖୀ ବଜେଟ୍, ଓଡିଶାର ଉନ୍ନିତକୁ ନୂତନ ସୋପାନକୁ ନେବ: ମୁଖ୍ୟମନ୍ତ୍ରୀ

 Breaking News

ଏହା ଏକ ଲୋକାଭିମୁଖୀ ବଜେଟ୍, ଓଡିଶାର ଉନ୍ନିତକୁ ନୂତନ ସୋପାନକୁ ନେବ: ମୁଖ୍ୟମନ୍ତ୍ରୀ

ଏହା ଏକ ଲୋକାଭିମୁଖୀ ବଜେଟ୍, ଓଡିଶାର ଉନ୍ନିତକୁ ନୂତନ ସୋପାନକୁ ନେବ: ମୁଖ୍ୟମନ୍ତ୍ରୀ
February 24
19:06 2023

ଭୁବନେଶ୍ବର,୨୪/୨ : ଶୁକ୍ରବାରଦିନ ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟକୁ ଲୋକଙ୍କ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଏହି ବଜେଟ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ । ଏହା ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହାକୁ ଏକ ଚିରାଚରିତ ବଜେଟ୍ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ ଲୋକଙ୍କ ଦ୍ବାରା କିନ୍ତୁ ଲୋକଙ୍କ ପାଇଁ ନୁହେଁ । ବଜେଟର ଆକାର ବଢିଛି କିନ୍ତୁ ଗତ ବଜେଟର ଏକ ଲକ୍ଷ କୋଟି ଅର୍ଥ ଖର୍ଚ୍ଚ ହୋଇପାରିନି । ଏହି ବଜେଟ୍ ସାଧାରଣ ଲୋକଙ୍କୁ ସୁହାଇବ ନାହିଁ । ଏହା ଲୋକଙ୍କ ପାଇଁ ନୁହେଁ । ଗୁଡାଏ ବଣ୍ଟା ବଣ୍ଟି କରି ଭୋଟ ଆଣିବା ହେଉଛି ଉଦ୍ଦେଶ୍ୟ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031