Indus Valley Times

ଏହି ଗାଁ ଏବେ ନକ୍ସଲ ମୁକ୍ତ: ୧୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ହେଲା ଘୋଷଣା, ମିଳିବ ଉପହାର

 Breaking News

ଏହି ଗାଁ ଏବେ ନକ୍ସଲ ମୁକ୍ତ: ୧୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ହେଲା ଘୋଷଣା, ମିଳିବ ଉପହାର

April 19
18:05 2025

ମାଲକାନଗିରି , ୧୯/୪ : ସୀମାନ୍ତ ଛତିଶଗଡ ସରକାର ନକ୍ସଲ ଅଭିଯାନରେ ନୂତନ ନିୟମ ପ୍ରଣୟନ କରିଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ସହ ଆବାସ ଗୃହ ଏବଂ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ଯେଉଁ ପଞ୍ଚାୟତ ନକ୍ସଲ ମୁକ୍ତ ହେବ ସେହି ପଞ୍ଚାୟତକୁ ସରକାର ଏକ କୋଟି ଟଂକାର ସହାୟତା କରିବେ।
ଏହି କ୍ରମରେ ଛତିଶଗଡର ସୁକମା ଜିଲ୍ଲାର ବଡେସେଟି ଗ୍ରାମ ପଞ୍ଚାୟତ ପ୍ରଥମ କରି ନକ୍ସଲ ମୁକ୍ତ ହୋଇଛି। ଏହି ପଞ୍ଚାୟତର ୧୧ ଜଣ ନକ୍ସଲ ଶୁକ୍ରବର ଦିନ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ୧୧ ଜଣ ନକ୍ସଲ ଆତ୍ମସମର୍ପଣ ପରେ ପଞ୍ଚାୟତରେ ଆଉ ନକ୍ସଲ ନାହାନ୍ତି।
କେନ୍ଦ୍ର ସରକାର ଦେଶକୁ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ରାଜ୍ୟ ସରକାରଗୁଡ଼ିକର ସହାୟତା ମାଗିଛନ୍ତି। ପ୍ରଥମତଃ ନକ୍ସଲମାନଙ୍କୁ ସରକାରଙ୍କ ମୁଖ୍ୟସ୍ରେତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପଟରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ କମ୍ବିଂ ଅପରେସନ୍ ଜାରି ରଖି ନକ୍ସଲ ଗତିବିଧି ଶେଷ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ଦିନକୁ ଦିନ ନକ୍ସଲ ଗତିବିଧି ହ୍ରାସ ପାଉଥିବା ବେଳେ ମାଓବାଦୀଙ୍କ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ନକ୍ସଲମାନେ ମଧ୍ୟ ହୃଦୟଙ୍ଗମ କରିସାରିଛନ୍ତି ଯେ, ସରକାରଙ୍କ ବିକାଶଧା‌ରାରେ ସାମିଲ ହେଲେ, ସେମାନେ ମଧ୍ୟ ବିପଦମୁକ୍ତ ରହିପାରିବେ।
ଏହି ଆତ୍ମସମର୍ପଣ ସରକାରଙ୍କର ସମସ୍ତ ସହଯୋଗ କରିବା ନେଇ ପ୍ରତିଶ୍ରୁତି ପରେ ସଫଳ ହୋଇଛି। ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜ ଅଂଚଳର ବିକାଶଧାରାକୁ ଆଗକୁ ନେବାକୁ ଚାହୁଁଥିବା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ଯେ ବଡେସଟ୍ଟି ପଞ୍ଚାୟତ ଭଳି ସୁକମା ଜିଲ୍ଲାର ଅନ୍ୟ ନକ୍ସଲ ପ୍ରବଣ ପଞ୍ଚାୟତଗୁଡିକ ଏଭଳି ନକ୍ସଲ ମୁକ୍ତ ହେଲେ ସେହି ପଞ୍ଚାୟତମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଆତ୍ମସମ୍ରପଣ କରିଥିବା ୧୧ ନକ୍ସଲମାନଙ୍କ ମଧ୍ୟରୁ ଚାରି ଜଣଙ୍କ ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ହୋଇଥିବା ବେଳେ ମୋଟ ୮ ଲକ୍ଷ ୫୦ ହଜାର ଟଂକାର ପୁରସ୍କାର ରହିଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930