Indus Valley Times

ଓଡ଼ଗାଁ : ଚାଉଳ ଗୋଦାମରେ ଫଶି ଦୁଇ ଶ୍ରମିକଙ୍କର ମୃତ୍ୟୁ

 Breaking News

ଓଡ଼ଗାଁ : ଚାଉଳ ଗୋଦାମରେ ଫଶି ଦୁଇ ଶ୍ରମିକଙ୍କର ମୃତ୍ୟୁ

ଓଡ଼ଗାଁ : ଚାଉଳ ଗୋଦାମରେ ଫଶି ଦୁଇ ଶ୍ରମିକଙ୍କର ମୃତ୍ୟୁ
January 16
19:05 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୬/୧: ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ବାଘୁଆ ଡ୍ୟାମ ନିକଟରେ ଥିବା ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ମୃତ ଦୁଇ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିଳି ସିଂ ଗ୍ରାମର ରାମେଶ୍ବର ଦିହୁଡ଼ି ଓ କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ବାଲିସାହି ଗ୍ରାମର ପ୍ରମୋଦ ମହାରଣା। ସୂଚନା ଅନୁଯାୟୀ ବାଘୁଆ ଡ୍ୟାମ ନିକଟରେ ଥିବା ମା’ମଙ୍ଗଳା ଆଗ୍ରୋ କମ୍ପାନୀର ଚାଉଳ ଗୋଦାମରେ ରାତି ଡ୍ୟୁଟି ଥିବାରୁ ୪ଜଣ ଶ୍ରମିକ ଯଥା ବିଚିତ୍ର ବେହେରା, ପ୍ରମୋଦ ମହାରଣା, ରାମେଶ୍ବର ଦିହୁଡି, ମନୋଜ କୁମାର ପ୍ରଧାନ କାର‌୍ୟ୍ୟ କରୁଥିଲେ।
ସୋମବାର ଭୋର ସମୟରେ ଗୋଦାମର ଚାଉଳ ଷ୍ଟୋରର ୨୦ଫୁଟ ଲମ୍ବା ବିଶିଷ୍ଟ ଏକ ବିମ ଭାଙ୍ଗିଯିବାରୁ ସେଥିରେ ଥିବା ୫୬୦ ବସ୍ତା ଚାଉଳ ରାମେଶ୍ବର ଓ ପ୍ରମୋଦଙ୍କ ଉପରେ ଲଦି ହୋଇଯାଇଥିଲା। ଅନ୍ୟ ଦୁଇ ଜଣ ଦୂରକୁ ଛିଟିକି ପଡ଼ି ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ବର୍ତ୍ତି ଯାଇଥିବା ଦୁଇ ବନ୍ଧୁ ସେମାନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ ପହଂଚି ମାମଲାର ତନାଘନା ଆରମ୍ଭ କରିଛି। ପରିବାରବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ପ୍ରମୋଦ ମହାରଣା ଏକ ବର୍ଷ ହେବ ଉକ୍ତ ରାଇସମିଲରେ କାର‌୍ୟ୍ୟ କରୁଥିବା ବେଳେ ରାମେଶ୍ବର ୨ମାସ ହେବ କାମ କରୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031