Indus Valley Times

ଓଡ଼ିଶାରୁ ମାଓବାଦୀ ସଫା

 Breaking News

ଓଡ଼ିଶାରୁ ମାଓବାଦୀ ସଫା

ଓଡ଼ିଶାରୁ ମାଓବାଦୀ ସଫା
March 31
23:52 2026

ରାୟଗଡା/ ଓଡ଼ିଶା,୩୧/୩ : ମାଓବାଦୀଙ୍କ ପାଇଁ ଦିଆଯାଇଥିବା କଣ୍ଟ ପୂରିଛି । ଆଉ ମାଓ ମୁକ୍ତ ହୋଇଛି ରାୟଗଡ଼ା ଜିଲ୍ଲା । ଜିଲ୍ଲାରେ ମାଓବାଦୀଙ୍କ ଚଳପ୍ରଚଳ ନାହିଁ। ଆଣ୍ଟି ନକ୍ସଲ ଅପରେସନ ବେଳେ ରାୟଗଡା ଜିଲ୍ଲାର ବିଭିନ୍ନ ସୀମାନ୍ତରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସ୍ୱାଥୀ ଏସ୍.କୁମାର ।
କେନ୍ଦ୍ର ସରକାର ମାଓମୁକ୍ତ କରିବାକୁ ଘୋଷଣା କରିବା ପରଠାରୁ ଗତ ଫେବୃଆରୀ ମାସରୁ ମାର୍ଚ୍ଚ ମାସ ମଧ୍ୟରେ ମୁନିଗୁଡା ଥାନା ଅନ୍ତର୍ଗତ ପାଜିଗାରେଗା ଜଙ୍ଗଲରୁ ଦୁଇଟି ସିଙ୍ଗଲ ସଟଗନ୍, ୮ଟି ବଣ୍ଡଲ କରଡେକ୍ସ ଓ ୪୧୫ଟି ଡିଟୋନେଟର୍ ଜବତ କରାଯାଇଛି । ସେହିପରି ଅମ୍ବାଦୋଳା ଥାନା ଅନ୍ତର୍ଗତ ପାଟରାଣୀ ଗ୍ରାମ ଜଙ୍ଗଲରୁ ଗୋଟିଏ ଲାପଟପ୍, ଇଲେକ୍ଟ୍ରିକ୍ ୱେୟାର ବଣ୍ଡଲ ସହ ଅନେକ ମାଓ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି ।
ଏସପି ଆହୁରି କହିଛନ୍ତି, ଟପ୍ ମାଓ ଦମ୍ପତି ନିଖିଲ ଓ ଇନ୍ଦୁର ଆତ୍ମସମର୍ପଣ ପରେ ରାୟଗଡା ଜିଲ୍ଲାର ସୀମାନ୍ତ କନ୍ଧମାଳ ଓ କଳାହାଣ୍ଡି ସୀମାରେ କୁମ୍ବିଂ ଅପରେସନ୍ କୁ ଜିଲ୍ଲା ପୋଲିସ ପକ୍ଷରୁ ଜୋରଦାର କରାଯାଇଥିଲା। ତେବେ ଏବେ ବି ପୋଲିସ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛି ବୋଲି ରାୟଗଡା ଏସପି ସୂଚନା ଦେଇଛନ୍ତି ।
ସେପଟେ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, “ଏହି ମିଶନ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା, କିନ୍ତୁ ଆମେ ନିର୍ଦ୍ଧାରିତ ଲକ୍ଷ୍ୟକୁ ସଫଳତାର ସହ ପୂରଣ କରିପାରିଛୁ।”ଏଡିଜିଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ମାଓ ପ୍ରଭାବ ବର୍ତ୍ତମାନ ଗୁରୁତର ଭାବରେ କମିଛି। ଏପର୍ଯ୍ୟନ୍ତ ମୋଟ ୧୫୬ ମାଓବାଦୀଙ୍କୁ ନିପାତ, ଗିରଫ ଓ ଆତ୍ମସମର୍ପଣ କରିଛନ୍ତି । ଏଥିରୁ ୨୭ ଜଣ ନିପାତ, ୯ ଜଣ ଗିରଫ ଓ ୭୮ ଜଣ ଓଡ଼ିଶାରେ ଆତ୍ମସମର୍ପଣ କରିଛନ୍ତି ।
ସେହିପରି ଆଉ ୪୨ ଜଣ ଛତିଶଗଡ଼ରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ୨୦୨୫ ସୁଦ୍ଧା ରାଜ୍ୟର ୯ଟି ଜିଲ୍ଲା ମାଓ ପ୍ରଭାବିତ ଥିବାବେଳେ, ବର୍ତ୍ତମାନ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ ହୋଇସାରିଛି।
ଏଡିଜି ପଣ୍ଡା ସ୍ପଷ୍ଟ କରିଛନ୍ତି ଯେ, ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ସମୟ ସୀମା ଶେଷ ହୋଇଛି। ଏହାପରେ ଯେଉଁ ମାଓବାଦୀ ଅବଶିଷ୍ଟ ରହିଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031