Indus Valley Times

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ୨୩ ଓମିକ୍ରାନ୍ ଆକ୍ରାନ୍ତ, ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି

 Breaking News

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ୨୩ ଓମିକ୍ରାନ୍ ଆକ୍ରାନ୍ତ, ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି

January 02
17:05 2022

ଭୁବନେଶ୍ୱର ,୨/୧: ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଆଉ ୨୩ ଓମିକ୍ରାନ୍ ଆକ୍ରାନ୍ତ। ଏନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି।
ଏହି ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ଲୋକ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେତେ ଜଣ ବିଦେଶରୁ ଫେରିଥିଲେ, ତାହା ଜଣାପଡ଼ି ନାହିଁ।
ଦୁଇ ଦିନ ତଳେ କେତେକ ନମୂନାକୁ ଜିନମ ସିକ୍ୱେନ୍ସ ପାଇଁ ପଠା ଯାଇଥିବା ବେଳେ ସେଥି ମଧ୍ୟରୁ ୨୩ ଜଣ ଓମିକ୍ରନ୍ରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିଛି।
ପୂର୍ବରୁ ଯେଉଁ ୧୪ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ସ୍ଥାନୀୟ ଲୋକ ଥିଲେ। ତେବେ ଏହି ୧୪ ଜଣଙ୍କ ମଧ୍ୟରୁ କେହି ଗୁରୁତର ନଥିଲେ। ସମସ୍ତଙ୍କ ଅବସ୍ଥା ଭଲ ଥିଲା।
ଅନ୍ୟପକ୍ଷରେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫ ଛୁଇଁଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି। ଗତ ୨୪ ଘଣ୍ଟାରେ ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ମାସ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଡେଇଁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031