Legatus

ଓଡ଼ିଶାରେ ବିଜେଡି ଅସ୍ତଗାମୀ, ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 Breaking News

ଓଡ଼ିଶାରେ ବିଜେଡି ଅସ୍ତଗାମୀ, ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାରେ ବିଜେଡି ଅସ୍ତଗାମୀ, ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
May 06
10:57 2024

ବ୍ରହ୍ମପୁର,୬/୫: ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର। ଜୁନ୍ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଲେଖାଯାଇଛି। ଜୁନ୍ ୬ରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଏବଂ ଜୁନ୍ ୧୦ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବେ। ସୋମବାର ବ୍ରହ୍ମପୁରରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଭାରତମାତାକି ଜୟ। ସବୁ ଦାଦା, ଭାଇ, ଭଉଣୀ ଓ ମାଆମାନଙ୍କୁ ମୋର ନମସ୍କାର ବୋଲି କହି ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ। କାଲି ମୁଁ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲି।
ଆଜି ମୁଁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି। ଆପଣମାନଙ୍କର ଗୋଟିଏ ଭୋଟ୍ ରାମଲାଲାଙ୍କ ମନ୍ଦିର ନିର୍ମାଣ କରିଛି।
ଏହି ସାଧାରଣ ସଭାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି। ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ପହଞ୍ଚିଥିଲେ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ମୋଦୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ରାତି ପ୍ରାୟ ୧୦ଟା ୩୫ରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ମୋଦୀଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଓଡ଼ିଶାକୁ ସ୍ବାଗତ କରାଯାଇଥିଲା। ମୋଦୀ ମଧ୍ୟ ହାତରେ ଏଲ୍ଇଡି ‘ପଦ୍ମ ଫୁଲ’ ଦେଖାଇ ଅଭିଭାଦନ ଜଣାଇଥିଲେ। ଏହାପରେ ସ୍ବତନ୍ତ୍ର କାରକେଡ୍ରେ ରାଜଭବନକୁ ଯାଇଥିଲେ। ମୋଦୀଙ୍କୁ ଦେଖିବାକୁ ବିମାନବନ୍ଦରରୁ ରାଜଭବନ ପର‌୍ୟ୍ୟନ୍ତ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଗତକାଲି ରାତିରେ ରାଜଭବନରେ ରାତ୍ରିଯାପନ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31