Indus Valley Times

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୁଙ୍କ ନୟାଗଡ଼ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

 Breaking News

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୁଙ୍କ ନୟାଗଡ଼ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

December 11
11:16 2022

ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟର୍
ନୟାଗଡ଼, ୧୧/୧୨- ଅଦ୍ୟ ପୂର୍ବାହ୍ନ ୧୦ଘଟିକା ସମୟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଡଃ.ଏସ.ମୁରଲୀଧର, ମାନ୍ୟବର ଜଷ୍ଟିସ ଡଃ. ବି. ଆର. ଷଡ଼ଙ୍ଗୀ, ଅଧ୍ୟକ୍ଷ ଗୃହ ନିର୍ମାଣ କମିଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନନ୍ୟାୟାଳୟ, ମାନ୍ୟବର ଜଷ୍ଟିସ ଭି. ନରସିଂହ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ବିଚାର ବିଭାଗୀୟ ପ୍ରଶାସନିକ ନ୍ୟାୟାଧ, ନୟାଗଡ଼ ଜିଲ୍ଲା, ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସିପ୍ରଥମେ ଭାପୁର ବ୍ଲକରେ ନୂତନ କୋର୍ଟ ଗୃହ, ଅଧିକାରୀମାନଙ୍କ ବାସଗୃହ, ଟ୍ରାନଜିଟ୍ହାଉସର ଶୁଭ ଉଦ୍ଘାଟନ କରିଥିଲେ ।
ପରେ ପରେ ଏକ ସାଧାରଣ ସଭାରେ କର୍ମଚାରୀ,ଅଧିବକ୍ତା ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ଏହାପରେ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ ସାରି ଗଣିଆ ଠାରେ ନୂତନ କୋର୍ଟ ଗୃହ ପାଇଁ ଶିଳାନ୍ୟାସ କରିଥିଲେ ।
ଅପରାହ୍ନ୧ଘଟିକା ସମୟରେ ଦଶପଲ୍ଲା ପହଁଚି ସେଠାରେ ବାର ଆସୋସିଏସନ ତଥା କଂଟିନ ଗୃହଏବଂ ଟ୍ରନଜିଟ୍ ଗୃହର ଶିଳାନ୍ୟାସ କରି ଏକ ସାଧାରଣ ସଭାରେ ଦଶପଲ୍ଲାବାସୀ, ଅଧ୍ଵବକ୍ତାଏବଂ ବିଚାର ବିଭାଗୀୟ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ପ୍ରଦାନ କରିଥିଲେ ।
ଅପରାହ୍ନ ୩ଘଟିକା ସମୟରେ ନୟାଗଡ଼ ପହଁଚି ବିଚାରବିଭାଗୀୟକର୍ମଚାରୀମାନଙ୍କନିମନ୍ତେ ନିର୍ମିତ ନୂତନ ବାସଗୃହର ଶୁଭ ଉଦ୍ଘାଟନ କରିଥିଲେ । ଏହା ପରେ ଜିଲ୍ଲା ଜଜ୍ କୋର୍ଟପରିସରରେ ବାର ଆସୋସିଏସନ ତଥା ଆମେନିଟି କେନ୍ଦ୍ର,ଟ୍ରାନଜିଟ୍ ଗୃହ ଏବଂ ରେକର୍ଡ ରୁମ ତଥା ମାଲଖାନା ଗୃହର ଶିଳାନ୍ୟାସ ପରେ ଏକ ସାଧାରଣ ସଭାରେ ମାନ୍ୟବରବିଚାରପତିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରତ୍ୟେକ ସାଧାରଣ ସଭାରେ ସ୍ଥାନୀୟ ବାରଆସୋସିଏସନର ସଭାପତିମାନେ ସଭାପତିତ୍ବ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031