Indus Valley Times

ଓଡ଼ିଶା ଉପରୁ ଟଳୁଛି ଝଡ଼ବର୍ଷା ଭୟ: ଆଜି ଲଘୁଚାପ, ୨୪ରେ ଅବପାତ

 Breaking News

ଓଡ଼ିଶା ଉପରୁ ଟଳୁଛି ଝଡ଼ବର୍ଷା ଭୟ: ଆଜି ଲଘୁଚାପ, ୨୪ରେ ଅବପାତ

ଓଡ଼ିଶା ଉପରୁ ଟଳୁଛି ଝଡ଼ବର୍ଷା ଭୟ: ଆଜି ଲଘୁଚାପ, ୨୪ରେ ଅବପାତ
May 22
09:06 2024

ଭୁବନେଶ୍ୱର,୨୨/୫: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ପରେ ୨୪ ତାରିଖ ସକାଳେ ଡିପ୍ରେସନ ବା ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଅଧିକ ତୀବ୍ର ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।
ଏହାର ପ୍ରଭାବରେ ୨୨ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିବ। ୨୩ ତାରିଖ ବେଳକୁ କେନ୍ଦ୍ରୀୟ ଓ ସଂଲଗ୍ନ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ।
ତେବେ ୨୪ ତାରିଖ ସକାଳ ବେଳକୁ ଅବପାତଟି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିଲା ବେଳକୁ ପବନର ବେଗ ୭୦ କିମିରେ ପହଞ୍ଚିଥିବ। ଏଥିସହ ସମ୍ଭାବ୍ୟ ଅବପାତ ପ୍ରଭାବରେ ରାଜ୍ୟରେ ପବନ କିମ୍ବା ପ୍ରବଳ ବର୍ଷା ହେବ ନାହିଁ। ୨୫ ତାରିଖ ଓ ୨୬ ତାରିଖରେ ବାଲେଶ୍ବରରେ ମଧ୍ୟମଧରଣର ବର୍ଷା ହେବାକୁ ଥିବା ବେଳେ ଭଦ୍ରକ ଓ କେନ୍ଦ୍ରାପଡାରେ ସ୍ବଳ୍ପ ବର୍ଷା ହୋଇପାରେ। ଅନ୍ୟ କେଣସି ସ୍ଥାନରେ ବର୍ଷାର ପ୍ରଭାବ ରହିବ ନାହିଁ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30