Indus Valley Times

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

 Breaking News

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
June 08
16:56 2024

ଭୁବନେଶ୍ୱର,୮/୬:ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ରହିଛି।
ଚଳିତ ବର୍ଷ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଗତ ୩୦ ତାରିଖରେ କେରଳ ଉପକୂଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ଏହା ପ୍ରବେଶ କରିଛି। ଏହା ପର‌୍ୟ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବେଶ କରିବ ।
ପ୍ରବଳ ଗରମ ହେତୁ ଗତ କିଛି ଦିନ ହେବ ରାଜ୍ୟବାସୀ କଲବଲ ହେଉଛନ୍ତି। ଏଥିରୁ ମୁକ୍ତି ପାଇବାକୁ ସେମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଏବେଠୁ ମୌସୁମୀ ରାଜ୍ୟରେ ପ୍ରବେଶ କରି ସାରିଥିବା ବେଳେ ଆଗକୁ ରହିଛି ରଜ । ତେଣୁ ଏଥର ସମସ୍ତେ ଆନନ୍ଦର ସହ ରଜ ପର୍ବ ପାଳନ କରିବେ ବୋଲି ପୂର୍ବାନୁମାନ ହେଉଛି।
କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ମୌସୁମୀ ଖୁବ୍ ଗୁରୁତ୍ୱପୂର୍ଣ। ଜୁନ୍ ଓ ଜୁଲାଇକୁ ମୌସୁମୀ ମାସ ରୂପେ ବିବେଚନା କରାଯାଏ । କାରଣ ଖରିଫ ଚାଷ ପାଇଁ ଏହି ମାସରେ ବିହନ ବୁଣାଯାଏ। ତେଣୁ ଚାଷୀମାନେ ବି ଆଶ୍ୱସ୍ତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031