Indus Valley Times

ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରା

 Breaking News

ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରା

ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରା
March 14
14:45 2023

ଖୋର୍ଦ୍ଧା,୧୪/୩ : ଆସନ୍ତାକାଲିଠାରୁ ୧୦ ଦଫା ଦାବିରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯିବାକୁ ଥିବା ବେଳେ ତା’ପୂର୍ବରୁ ସୃଷ୍ଟି ହୋଇଛି ବିବାଦୀୟ ସ୍ଥିତି।
ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ଡ୍ରାଇଭର ଏକତା ମହମଞ୍ଚ ବସ୍ ସମେତ ପରିବହନ ସହିତ ଜଡ଼ିତ କୌଣସି ହଳଦିଆ ନମ୍ବର ବିଶିଷ୍ଟ ଗାଡ଼ିକୁ ଛଡ଼ାଯିବନି ବୋଲି କହିଛି।
ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ସଂଘ ସଭାପତି ରାଜେଶ ଦାଶ କହିଛନ୍ତି, ଯେଉଁ ଗାଡ଼ିଗୁଡ଼ିକରେ ହଳଦିଆ ନମ୍ବର ପ୍ଲେଟ୍ ଲାଗିଛି ବା ଯେଉଁ ଗାଡ଼ିଗୁଡ଼ିକ ପରିବହନ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି, ସେଗୁଡ଼ିକୁ ଆମେ ଅଟକାଇବୁ। ଉଦାହରଣ ସ୍ୱରୂପ- ଟ୍ରକ୍, ବସ୍, ଟ୍ୟାକ୍ସି ଓ ଟ୍ରାଭେଲ୍ସ ଗାଡ଼ି ଆଦିକୁ ଆମେ ଅଟକାଇବୁ। ଯାତ୍ରୀବାହୀ ବସ୍ ଗୁଡ଼ିକୁ ମଧ୍ୟ ଛଡ଼ାଯିବନି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ତେବେ ପ୍ରାଇଭେଟ୍ ନମ୍ବର ଥିବା ଗାଡ଼ି ଗୁଡ଼ିକୁ ଅଟକାଯିବ ନାହିଁ ବୋଲି ସେ କହିଛନ୍ତି।
ଘରୋଇ ବସ୍ ମାଲିକ ସଂଘ ସହଯୋଗ କରିବ ନାହିଁ ବୋଲି କହିଥିବା ବେଳେ ଶ୍ରୀ ଦାଶ କହିଛନ୍ତି, ଡ୍ରାଇଭର ବସ୍ ନଚଲାଇ ଯଦି ମାଲିକମାନେ ଚଲାଇବେ, ତା’ହେଲେ ଆମେ କିଛି ଆପତ୍ତି ନାହିଁ। ମାଲିକମାନେ କ’ଣ ଗାଡ଼ି ଚଲାଇ ପାରିବେ?
ଶ୍ରୀ ଦାସ କହିଛନ୍ତି, ସେମାନଙ୍କର ୧୦ ଦଫା ଦାବି ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନ୍ସନ୍ ସୁବିଧା କରିବା ସହିତ ରାସ୍ତାକଡ଼ରେ ଶୌଚାଳୟ ଓ ବିଶ୍ରାମାଗାର ନିର୍ମାଣ କରିବା। ସେହିଭଳି ଡ୍ରାଇଭରମାନଙ୍କ ପାଇଁ ଏକ ପାଣ୍ଠି ତିଆରି କରିବାକୁ ମଧ୍ୟ ଦାବି କରାଯାଇଛି। ଗତକାଲି ସରକାର ଆମକୁ ଆଲୋଚନା ପାଇଁ ଡାକିଥିଲେ। ଆମ ଦାବି ପୂରଣ ନେଇ ସବୁ ପ୍ରସ୍ତୁତି ସରିଛି ବୋଲି କହିଥିଲେ। ତେବେ ବିଧାନସଭା ଚାଲିଥିବାରୁ ଏବେ ଘୋଷଣା କରିପାରିବେନି ବୋଲି କହିଥିଲେ ଓ ସମୟ ମାଗିଥିଲେ। କିନ୍ତୁ ଆମେ ଆମ ଜିଦ୍ରେ ଅଟଳ ରହିଛୁ। ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ। ଏଥିପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି। ସବୁ ବ୍ଳକ୍ ଓ ଜିଲ୍ଲା ସଦର ମହକୁମାରେ ଆନ୍ଦୋଳନ କରାଯିବ। ସବୁ ପଞ୍ଚାୟତର ମୁଖ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ଆନ୍ଦୋଳନ କରଯିବ।
ଅନ୍ୟପକ୍ଷରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମେ ବସ୍ ଚଲାଇବା ନେଇ ସରକାରଙ୍କୁ ଲିଖିତ ଭାବେ ଜଣାଇସାରିଛୁ। ଆମ ପାଖରେ ଯେଉଁ କର୍ମଚାରୀ ଅଛନ୍ତି, ସେମାନେ ଡ୍ରାଇଭର ସଂଘରେ ସାମିଲ ନାହାନ୍ତି। ସେମାନେ (ଡ୍ରାଇଭର ସଂଘ) ଯେଉଁ ଦାବି କରୁଛନ୍ତି, ତା’ଠାରୁ ଅଧିକ ସୁବିଧା ଆମେ ଆମ କର୍ମଚାରୀମାନଙ୍କୁ ଦେଉଛୁ। ଡ୍ରାଇଭର ସଂଘ ପୂର୍ବରୁ କରିଥିବା ଧର୍ମଘଟରେ ବସ୍କୁ ସାମିଲ କରି ନଥିଲେ। କିନ୍ତୁ ଏଥର ଯାତ୍ରୀବାହୀ ବସ୍ ଗୁଡ଼ିକ ଚାଲିପାରିବନି ବୋଲି କହିଛନ୍ତି। ଏହି ବନ୍ଦରୁ ନିବୃତ୍ତ ରହିବାକୁ ମୁଁ ଡ୍ରାଇଭର ସଂଘକୁ ଅନୁରୋଧ କରୁଛି। ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ପ୍ରତ୍ୟାହାର କରି ସରକାରଙ୍କ ସହିତ ଆଲୋଚନା କରନ୍ତୁ। ସରକାରଙ୍କ ନିକଟରେ ଅନଶନ କରନ୍ତୁ ଓ ଧାରଣା ଦିଅନ୍ତୁ। ଆମର ସେଥିରେ କିଛି ସମସ୍ୟା ନାହିଁ। କିନ୍ତୁ ଯାତ୍ରୀବାହୀ ପରିବହନ ବ୍ୟବସ୍ଥାକୁ ଅସୁବିଧାରେ ନପକାନ୍ତୁ।
ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ନିଖିଳ ଓଡ଼ିଶା ଅଟୋ ମହାସଂଘ ମଧ୍ୟ ବିରୋଧ କରିଛି। ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ (ଡ୍ରାଇଭର ମହାସଂଘ) ଏହି ଆନ୍ଦୋଳନ ଡାକରା ଦେଇଛି। ସେମାନେ ଏହି ଆନ୍ଦୋଳନ ଡାକରା ଦେବା ପୂର୍ବରୁ ସମସ୍ତଙ୍କୁ ସାଙ୍ଗରେ ନେଇଥିଲେ ଭଲ ହୋଇଥା’ନ୍ତା। ଛୋଟବଡ଼ ବହୁତ ଗାଡ଼ି ଅଛି। ବହୁତ ଗାଡ଼ି ଅଛି ଯାହାର ମାଲିକ ଯିଏ ଡ୍ରାଇଭର ସିଏ। ସେମାନେ କେବେ ଚାହିଁବେ ନାହିଁ ବନ୍ଦରେ ସାମିଲ ହେବାକୁ। ଏବେ ମାଟ୍ରିକ ସମେତ ଅନ୍ୟାନ୍ୟ ପରୀକ୍ଷା ଚାଲିଛି। ବିଧାନସଭା ଅଧିବେଶନ ମଧ୍ୟ ଚାଲିଛି। ଏହି ସମୟରେ ଆନ୍ଦୋଳନ କରିବା ଠିକ୍ ହେବ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031