Indus Valley Times

ଓଡିଶାରୁ ବାହାରିଲେ ଆଉ ୪ଜଣ ଓମିକ୍ରନ୍ ଆକ୍ରାନ୍ତ, ୮କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

 Breaking News

ଓଡିଶାରୁ ବାହାରିଲେ ଆଉ ୪ଜଣ ଓମିକ୍ରନ୍ ଆକ୍ରାନ୍ତ, ୮କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

December 26
10:56 2021

ଭୁବନେଶ୍ୱର ୨୬/୧୨ : ଓଡିଶାରୁ ବାହାରିଲେ ଆଉ ୪ଜଣ ଓମିକ୍ରନ୍ ଆକ୍ରାନ୍ତ । ରାଜ୍ୟରେ ମୋଟ ୮କୁ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ରାଜ୍ୟରେ ଏବେ ଯାଏଁ ୮ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ପର୍ଯ୍ୟାୟ ୪ଜଣ ଚିହ୍ନଟ ହୋଇଥିବା ବେଳେ ରବିବାର ୪ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୮ରେ ପହଞ୍ଚିଛି ମୋଟ ଓମିକ୍ରନ୍ ସଂଖ୍ୟା ।
ରାଜ୍ୟରେ ପ୍ରଥମ ଭାବେ ଡିସେମ୍ବର ୨୧ ତାରିଖରେ ଚିହ୍ନଟ ହୋଇଥିଲେ ୨ ଓମିକ୍ରନ୍ ଆକ୍ରାନ୍ତ । ଜଣେ ଆକ୍ରାନ୍ତ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ । ପରେ ୨୩ ତାରିଖରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ତେବେ ୨୩ରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ଭଉଣୀ ନାଇଜେରିଆରୁ ଫେରିଥିଲେ । ଏହାପରେ ସେମାନଙ୍କ ଟେଷ୍ଟ କରାଯାଇଥିଲା । ସେଥିରେ ସେ କରୋନାର ଓମିକ୍ରନ୍ ଭାରିୟାଣ୍ଟରେ ସଂକ୍ରମିତ ଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ତାଙ୍କ ବାପା-ମାଆ ଓ ଡ୍ରାଇଭରଙ୍କର ଟେଷ୍ଟ ହୋଇଥିଲା । ଏଥିରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।
ଏପଟେ ରବିବାର ରାଜ୍ୟରୁ ଆଉ ୪ଜଣ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାପରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଲାଣି । ଆଗାମୀ ଦିନରେ ନୂତନ ବର୍ଷ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ଜମିବାର ରହିଛି । ଏଠାରୁ ମଧ୍ୟ ସଂକ୍ରମଣ ବଢିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031