Indus Valley Times

ଓଡିଶା ବଜେଟ୍ ୨୦୨୩-୨୪: କୃଷି କ୍ଷେତ୍ର ପାଇଁ ୨୪,୮୨୯ କୋଟି ବ୍ୟୟବରାଦ, କାଳିଆ ଯୋଜନା ପାଇଁ ଏତିକି କୋଟି

 Breaking News

ଓଡିଶା ବଜେଟ୍ ୨୦୨୩-୨୪: କୃଷି କ୍ଷେତ୍ର ପାଇଁ ୨୪,୮୨୯ କୋଟି ବ୍ୟୟବରାଦ, କାଳିଆ ଯୋଜନା ପାଇଁ ଏତିକି କୋଟି

ଓଡିଶା ବଜେଟ୍ ୨୦୨୩-୨୪: କୃଷି କ୍ଷେତ୍ର ପାଇଁ ୨୪,୮୨୯ କୋଟି ବ୍ୟୟବରାଦ, କାଳିଆ ଯୋଜନା ପାଇଁ ଏତିକି କୋଟି
February 24
17:21 2023

ଭୁବନେଶ୍ବର,୨୪/୨ : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାରଦିନ ବିଧାନସଭାରେ ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ପ୍ରଥମେ ଏକ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଏବର୍ଷ ମୋଟ ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବଜେଟରେ କୃଷି ଉତ୍ପାଦନ ବୃଦ୍ଧି, କୃଷକ ସହାୟତା ଓ ଜଳସେଚନ ଉପରେ ଗୁରୁତ୍ବ ଦିଆଯାଇଛି ।
ସରକାରଙ୍କ ଲୋକପ୍ରିୟ କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ଆବର୍ତ୍ତି ପାଣ୍ଠି (ରିଭଲଭିଂ ଫଣ୍ଡ) ବ୍ୟବସ୍ଥା କରାଯାଇଛି । ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷି କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରେତ୍ସାହନ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି । ଛତୁ ମିସନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଇୟଗ୍ଦ ଭଚ୍ଚ
ସବୁ ଜିଲ୍ଲାରେ ମିଲେଟ ମିଶନ କାର‌୍ୟ୍ୟକାରୀ ହେବ । ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟିର ବ୍ୟୟବରାଦ କରାଯାଇଛି । ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟିର ବ୍ୟୟବରାଦ କରାଯାଇଛି । ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି ଓ ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟିର ବ୍ୟୟବରାଦ କରାଯାଇଛି ।
ନଦୀ ଉପରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବ । ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟିର ବ୍ୟୟବରାଦ କରାଯାଇଛି ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031