Indus Valley Times

ଓଡିଶା ସରକାରଙ୍କ ଆକାଂକ୍ଷୀ ମିଲେଟ ମିଶନ କାର୍ଯ୍ୟକ୍ରମକୁ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

 Breaking News

ଓଡିଶା ସରକାରଙ୍କ ଆକାଂକ୍ଷୀ ମିଲେଟ ମିଶନ କାର୍ଯ୍ୟକ୍ରମକୁ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

November 25
08:50 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୧୧: ବୌଦ୍ଧ-ଅଦ୍ୟ ତାରିଖ ୨୪.୧୧.୨୦୨୨ ଓଡିଶା ସରକାରଙ୍କ ଆକାଂକ୍ଷୀ ମିଲେଟ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ହରଭାଙ୍ଗା ବ୍ଲକରେ ଥିବା ପି ଭି ଟି ପ୍ଲଟ ପରିଦର୍ଶନ କରିବାକୁ ବୌଦ୍ଧ ଜିଲ୍ଲାପାଳ ମହୋଦୟ ଆସିଥିଲେ।
ତାଙ୍କ ସହ ମିଲେଟ ମିଶନର ଜିଲ୍ଲା ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମହାନନ୍ଦ, ହରଭଙ୍ଗା ବ୍ଲକ କୃଷି ଅଧିକାରୀ ଶ୍ରୀ ସବ୍ୟସାଚୀ ଦାଶ ଓ ଅନାନ୍ୟ ଅଧିକରିଗଣ ଉପସ୍ଥିତ ଥିଲେ।
ହରଭଙ୍ଗା ବ୍ଲକର ମଥୁରା ଗ୍ରାମପଞ୍ଚାୟତ ସ୍ଥିତ କେଳାକଟା ଗ୍ରାମରେ ମାଣ୍ଡିଆ କିସମ ଚୟନର କ୍ଷେତ୍ରକୁ ଦେଖି ସହଯୋଗୀ ସଂସ୍ଥା ଲୋକକଳା ବିକାଶ କେନ୍ଦ୍ର ର କର୍ମୀକନଙ୍କୁ ବେଶ୍ ପ୍ରସଂଶା କରିଥିଲେ ଓ ରବି ଋତୁରେ ମାଣ୍ଡିଆ କ୍ଷୁଦ୍ରଶସ୍ୟ ଚାଷ କୁ ତ୍ୱରାନ୍ୱିତ କରିବାପାଇଁ କୃଷି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଆଗକୁ ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ଏହାକୁ ପ୍ରସାର ହେବ ତାହାକୁ ଗୁରୁତ୍ବ ଦେବାକୁ କହିଥିଲେ। ମିଶନ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ଜଣେଇଥିଲେ ଯେ, ପ୍ରତ୍ୟେକ ବ୍ଲକରେ ଏଭଳି ତିନୋଟି ପି ଭି ଟି ପ୍ଲଟ ଅବସ୍ଥିତ ହୋଇଛି, ଏଥିରେ ଦଶ ପ୍ରକାର ମାଣ୍ଡିଆ, ବାଟି, ବଡ଼ମଣ୍ଡିଆ, ଦଶରା, କର୍କଟି,ମଞ୍ଜୁଳା, ପାରା, କାଙ୍ଗ୍ରା, ମହାରାଷ୍ଟ୍ର, ସିକା ଓ କେ ଏମ ର -୨୦୪ ବିହନକୁ ପରୀକ୍ଷିତ କରାଯାଉଛି।
ଯେଉଁ ପ୍ରକାର ବିହନ କୁ ସ୍ଥାନୀୟବାସୀ ଚୟନ କରିବେ ତାହା ଦ୍ଵିତୀୟ ବର୍ଷରେ ପୁନଃ ପରୀକ୍ଷିତ ହେବଏବଂ ତୃତୀୟ ବର୍ଷଠାରୁ ସମଗ୍ର ପ୍ରଖଣ୍ଡରେ ଚୟନିତ ବିହନକୁ ଚାଷୀ ମାନଙ୍କୁ ପ୍ରଦାନ କରାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031