Indus Valley Times

ଓମିକ୍ରନ୍ ବଢାଇଲାଣି ଚିନ୍ତା: ନେଗେଟିଭ ସାର୍ଟିଫିକେଟ ନ ଥିଲେ ରାଜ୍ୟରେ ନୋ ଏଣ୍ଟ୍ରି

 Breaking News

ଓମିକ୍ରନ୍ ବଢାଇଲାଣି ଚିନ୍ତା: ନେଗେଟିଭ ସାର୍ଟିଫିକେଟ ନ ଥିଲେ ରାଜ୍ୟରେ ନୋ ଏଣ୍ଟ୍ରି

ଓମିକ୍ରନ୍ ବଢାଇଲାଣି ଚିନ୍ତା: ନେଗେଟିଭ ସାର୍ଟିଫିକେଟ ନ ଥିଲେ ରାଜ୍ୟରେ ନୋ ଏଣ୍ଟ୍ରି
December 02
14:09 2021

ଭୁବନେଶ୍ୱର ,୨।୧୨: ଓମିକ୍ରନ୍ ବଢାଇଲାଣି ଚିନ୍ତା । ଓମିକ୍ରନ୍ ରିସ୍କ ଦେଶରୁ ଓଡିଶାକୁ ବର୍ତ୍ତମାନ ଫେରିଛନ୍ତି ୩୮୦ଜଣ । ସମସ୍ତଙ୍କର ଟେଷ୍ଟ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମିକ୍ରନ୍ ରିସ୍କ ଥିବା ଦେଶରୁ ଓଡିଶା ଏବେ ଯାଏଁ ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ଓଡିଶାକୁ ଆସିଛନ୍ତି ୨୨୪ଜଣ । ଏହାପରେ ୨୯ ତାରିଖରେ ଆଉ ୧୫୬ଜଣ ଆସିଛନ୍ତି । ସମସ୍ତଙ୍କର ଟେଷ୍ଟ ହୋଇଛି । ଯଦି ଏହି ଟେଷ୍ଟରେ ସେମାନଙ୍କର ନେଗେଟିଭ୍ ଆସିଲା । ତେବେ ସେମାନଙ୍କୁ ୭ଦିନ ସଙ୍ଗରୋଧରେ ରହିବାକୁ ପଡିବ । କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ସମସ୍ତ କାର୍ଯ୍ୟ ଚାଲୁ ରହିଛି ।
ସେହିପରି ବିଦେଶ ଫେରନ୍ତାଙ୍କ ଲିଷ୍ଟ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ସେମାନଙ୍କ ଉପରେ ଲଗାତର ଭାବେ ପ୍ରଶାସନ ନଜର ରଖିଛି । ଗାଇଡ଼ ଲାଇନ୍ ଅନୁସାରେ ସମସ୍ତ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031