Indus Valley Times

ଓଲଟିଲା କାର୍: ଗୋଟିଏ ପରିବାରର ୪ ଆହତ, ୨ ଗୁରୁତର

 Breaking News

ଓଲଟିଲା କାର୍: ଗୋଟିଏ ପରିବାରର ୪ ଆହତ, ୨ ଗୁରୁତର

July 03
11:10 2022

ବଣାଇ,୩/୭: ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଜାଙ୍ଗଳା ଶବରା ନିକଟରେ ଏକ କାର୍ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଏହି ପରିବାର ରାଉରକେଲାର ଛେଣ୍ଡ କଲୋନୀରେ ରହନ୍ତି। ସେମାନେ ଏକ ନିର୍ବନ୍ଧ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଯାଇଥିଲେ। ଗତକାଲି ରାତିରେ ସେଠାରୁ କାର୍ ଯୋଗେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ଆହତ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବଣାଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉଲକେଲା ସ୍ଥାନାନ୍ତର କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031