Indus Valley Times

ଓଲଟିଲା ‘ସାଇକୃପା’ ବସ୍ : ଜଣେ ମୃତ, ୩୦ ଆହତ

 Breaking News

ଓଲଟିଲା ‘ସାଇକୃପା’ ବସ୍ : ଜଣେ ମୃତ, ୩୦ ଆହତ

ଓଲଟିଲା ‘ସାଇକୃପା’ ବସ୍ : ଜଣେ ମୃତ, ୩୦ ଆହତ
July 06
10:36 2022

ରାୟଗଡ଼ା, ୬/୭: ରାୟଗଡ଼ା ଜିଲ୍ଲାର ଚାନ୍ଦିଲୀ ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ପଞ୍ଚାୟତସ୍ଥିତ ହାତୀଖମ୍ବା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ସାଇକୃପା ନାମକ ଏକ ଘରୋଇ ବସ୍ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ପାରଳାଖେମୁଣ୍ଡି ଗ୍ରାମର ସୁନିତା ଶତପଥୀ। ସେ ଜଣେ ଶିକ୍ଷୟିତ୍ରୀ ବୋଲି ଜାଣିବାକୁ ମିଳିଛି।
ଦୁଘର୍ଟଣା ଘଟିବା ପରେ କୋଲନରା ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୁଲିସର ମିଳିତ ସହଯୋଗରେ ସମସ୍ତ ଆହତଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାରୁ ପ୍ରକାଶ ଯେ, ସାଇକୃପା ନାମକ (ଓଡ଼ି ୦୭ ଡି ୮୨୮୨) ନମ୍ବର ବିଶିଷ୍ଟ ଘରୋଇ ବସ ପାରଳାଖେମୁଣ୍ଡିଠାରୁ ଉମରକୋଟ ଅଭିମୁଖେ ଯାଉଥିବା ସମୟରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ହାତୀଖମ୍ବା ଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ଯାତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031