Indus Valley Times

ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ, ସଙ୍ଗୀତଜଗତରେ ଖେଳିଯାଇଛି ଶୋକର ଛାୟା

 Breaking News

ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ, ସଙ୍ଗୀତଜଗତରେ ଖେଳିଯାଇଛି ଶୋକର ଛାୟା

ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ, ସଙ୍ଗୀତଜଗତରେ ଖେଳିଯାଇଛି ଶୋକର ଛାୟା
July 31
16:23 2022

କୋଲକାତା, ୩୧/୭: ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି ବୋଲି ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ସମୟ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ହୃଦଘାତରେ ପରଲୋକ ହୋଇଛି।
ନିର୍ମଳା ମିଶ୍ର ଓଡ଼ିଆ ସିନେଜଗତର ଜଣେ ଲୋକପ୍ରିୟ ଗାୟିକା ଥିଲେ। ଷାଠିଏ ଓ ସତୁରି ଦଶରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରର ଗୀତରେ କଣ୍ଠଦାନ କରିଥିଲେ।
ତାଙ୍କର ଜନପ୍ରିୟ ଗୀତ ମଧ୍ୟରେ ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେଟ୍ଟ, ଜୀବନ ଯମୁନାରେ ଜୁଆର ଉଠେରେଟ୍ଟ., ମାୟା ଘେରା ମଧୁବନେଟ୍ଟ ଯା ଯାରେ ଯା ମନପବନ ନଉକାଟ୍ଟ, ମାୟାବିନି ଏଇ ରାତିଟ୍ଟ, ନା ମାରନାଟ୍ଟ., ଛାଡ଼ ଛାଡ଼ ମୋର ଅଞ୍ଚଳଟ୍ଟ, ହେମହାରିଣୀ ମଥାରମଣିଟ୍ଟ, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକିଟ୍ଟ, ଢେଉ ଢେଉକା ପାହାଡ଼ ତଳେଟ୍ଟ, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକାଟ୍ଟ, ଯୋଛନା ଲୁଚନାଟ୍ଟ, ସଞ୍ଜ ସକାଳେ ତୁମ ଛବି ଟ୍ଟ, ତୁମେ ଯଦି ସାଥୀ ଟ୍ଟ.,ସୁଲସୁଲିଆଟ୍ଟ ପ୍ରଭୁପଦ ତଳେ ପ୍ରଣତି ଢାଳେ.., ସପନ ବିଳାସୀଟ୍ଟ ଓ ଏଇଚିକିମିକି ହସେଟ୍ଟ ଆଦି।
ସେ ଭୁନେଶ୍ବର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ। ସେ ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସୌଭାଗ୍ୟପ୍ରାପ୍ତ କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031